ଘରେ ପାରା ବସା ବାନ୍ଧିଲେ କଣ ହେବ ପରିଣାମ ଜାଣନ୍ତୁ
18/03/2019 at 5:39 PM

ହିନ୍ଦୁ ଧର୍ମରେ ସବୁ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କୁ ଅଧିକ ମହତ୍ୱ ଦିଆଯାଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଜୀବଜନ୍ତୁଙ୍କୁ ନେଇ ଅନେକ କଥା ଲେଖାଯାଇଛି। ଶାସ୍ତ୍ର ଆନୁସାରେ ଅନେକ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କୁ ଶୁଭ ବୋଲି କୁହାଯାଏ ଓ ଅନେକଙ୍କୁ ଅଶୁଭ ବୋଲି କୁହାଯାଏ। ଜୀବଜନ୍ତୁଙ୍କ ଠାରୁ ସକରାତ୍ମକ ସହ ନକରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ। ତେବେ ଜାଣନ୍ତୁ ପାରାଙ୍କ ବିଷୟରେ। ପ୍ରାଣୀଙ୍କ ମଧ୍ୟରୁ ପାରା ସବୁଠୁ ଶାନ୍ତ ସ୍ୱଭାବର ବୋଲି କୁହାଯାଏ। ଅଧିକାଂଶ ସମୟରେ ପାରା ମଣିଷ ରହୁଥିବା ଘରେ ବସା ବାନ୍ଧନ୍ତି। କିଛି ଲୋକେ ପାରାଙ୍କ ବସାକୁ ଶୁଭ ମାନନ୍ତି ତ କିଛି ଅଶୁଭ ମାନନ୍ତି। ଏମିତି ଅନେକ ଜିନିଷ ଅଛି ଯାହା ଲୋକଙ୍କ ଜୀବନରେ ଉଭୟ ନକରାତ୍ମକ ଓ ସକରାତ୍ମକ ପ୍ରଭାବ ପକାଇଥାଏ।
