ବିଶ୍ବର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ଟଙ୍କା : ‘ନ୍ୟୁ କିମ୍’କୁ କ’ଣ ପାଇଁ କିଣିଲେ ଚୀନ୍ ନାଗରିକ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬।୧୧: ବିକ୍ରି ହେଲା ବିଶ୍ବର ସବୁଠୁ ଦାମିକିଆ ପାରା । ୧.୬ ମିଲିୟନ ୟୁରୋ (୧.୯ ମିଲିୟନ୍ ଡଲାର)ରେ ବିକ୍ରି ହେଲା ନ୍ୟୁ କିମ୍ ନାମକ ରେସିଂ ପାରା । ଅନଲାଇନ୍ ରେ ନିଲାମ କରୁଥିବା ପିଜିୟନ ପାରାଡାଇଜ୍ (ପିପା) କହିଛି ଯେ, କୌଣସି ଅଜଣା ଚୀନ୍ ନାଗରିକ ରବିବାର ଦିନ ନ୍ୟୁ କିମ୍ ନାମକ ପାରାକୁ କ୍ରୟ କରିଛି ।

ପିଜିୟନ ପାରାଡାଇଜ୍ ଅନୁସାରେ, ଗତବର୍ଷ ଏକ ଆର୍ମଡୋ ପାରାକୁ ୧.୨୫ ମିଲିୟନ ୟୁରୋରେ ବିକ୍ରି କରାଯାଇଥିଲା । ମାତ୍ର ନ୍ୟୁ କିମ୍ ଆର୍ମଡୋକୁ ପଛରେ ପକାଇ ବିଶ୍ବର ସବୁଠୁ ଦାମିକିଆ ପାରା ଭାବେ ରେକର୍ଡ କରିଛି ।

ପିଜିୟନ୍ ପାରାଡାଇଜ୍ ର ଅଧ୍ୟକ୍ଷ ନିକୋଲସ ଗିସେଲବ୍ରେକ୍ଟ କହିଛନ୍ତି ଯେ, ଏହା ଏକ ବିଶ୍ବ ରେକର୍ଡ । ଏତେ ଦାମ୍ ରେ ଆଗରୁ କୌଣସି ପାରା ନିଲାମୀ ହୋଇନଥିଲା । ଏହି ପାରା ଏତେ ଦାମ୍ ରେ ବିକ୍ରି ହେବ ବୋଲି ସେ କେବେ ବିଶ୍ବାସ କରିନଥିଲେ ବୋଲି ସେ କହିଛନ୍ତି ।

ଏହି ରେସିଂ ପାରାକୁ କେବଳ ପ୍ରତିଯୋଗିତା ପାଇଁ ନୁହେଁ ବରଂ ପ୍ରଜନନ ପାଇଁ ମଧ୍ୟ ଉପଯୋଗ କରାଯାଇଥାଏ । ଏହି ପାରା କ୍ଷୀପ୍ର ଗତିରେ ଦୌଡି ପାରେ । ଦକ୍ଷିଣ ଆଫ୍ରିକୀୟ କଲେକ୍ଟର ନିଲାମ କରୁଥିବା ପାରାକୁ କେବଳ ଦୌଡ ପ୍ରତିଯୋଗିତାରେ ଉପଯୋଗ କରନ୍ତି ତାହା ନୁହେଁ ବରଂ ପ୍ରଜନନ ପାଇଁ ମଧ୍ୟ କ୍ରୟ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.