Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଆସୁଛି ଜେନୋ ଟ୍ରାନ୍ସପ୍ଲାଣ୍ଟର ଯୁଗ, ମଣିଷ ଦେହରେ ହୋଇପାରିବ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ

18/08/2019 at 6:52 PM

ଲଣ୍ଡନ:  ମଣିଷ ଦେହରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଏବେ ସମ୍ଭବ। ଜନୈକ ନାମୀ ଡାକ୍ତର ଏହି ଘୋଷଣା କରିଥିବା ବେଳେ ଆଗାମୀ ୩ ବର୍ଷ ପରେ ବିଶ୍ୱରେ ଏହା ସମ୍ଭବ ହେଉଥିବ ବୋଲି ସେ କହିଛନ୍ତି। ମଣିଷ ଦେହରେ ଘୁଷୁରୀର ହାର୍ଟ ପୂର୍ବରୁ ପ୍ରଥମେ କିଡନୀ ପ୍ରତ୍ୟାରୋପଣ କରି ଦେଖାଯିବ। ଏହାର ସଫଳତା ଆଧାରରେ ହୃଦ ପ୍ରତ୍ୟାରୋପଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରସିଦ୍ଧ ବ୍ରିଟିଶ  ଡାକ୍ତର ସାର ଟେରେନ୍ସ ଇଂଗ୍ଲିସ୍ କହିଛନ୍ତି।

ଡା. ଇଂଗ୍ଲିସ ୪୦ ବର୍ଷ ପୂର୍ବେ ବିଶ୍ୱରେ ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ। ଚଳିତବର୍ଷ ଶେଷ ସୁଦ୍ଧା ତାଙ୍କର ଜଣେ ସହଯୋଗୀ ଡାକ୍ତର ମଣିଷ ଦେହରେ ପ୍ରଥମ ଥର ଘୁଷୁରୀର କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଉଦ୍ୟମ କରିବେ। ଏହାର ସଫଳତା ଆଗକୁ ମଣିଷର ଅଙ୍ଗ ପ୍ରତ୍ୟାରୋପଣରେ ପଶୁଙ୍କ ଅଙ୍ଗ ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଏବେ ସାରା ବିଶ୍ୱରେ ଅଙ୍ଗ ପ୍ରତ୍ୟାରୋପଣର ଚାହିଦା ବଢିବାରେ ଲାଗିଛି। କେବଳ ବ୍ରିଟେନରେ ୨୮୦ ଜଣ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଲାଗି ଅପେକ୍ଷା କରିରହିଥିବା ଏକ ହିସାବରୁ ଜଣାପଡିଛି।

ଏହା ପୂର୍ବରୁ ବିଭିନ୍ନ ଜୀବଙ୍କ ଅଙ୍ଗ ଓ ପ୍ରୟୋଗଶାଳାରେ ପ୍ରସ୍ତୁତ ଅଙ୍ଗ ମଣିଷ ଦେହରେ ଟ୍ରାନ୍ସପ୍ଲାଣ୍ଟର ଯୋଜନା ହୋଇ ଆସୁଛି। ନିକଟରେ ଜାପାନ ସରକାର ଏଥିଲାଗି ଅନୁମତି ପ୍ରଦାନ କରିଛନ୍ତି। ଏଣୁ ମଣିଷ ଓ ପଶୁଙ୍କ ହାଇବ୍ରିଡ ଅଙ୍ଗ ସୃଷ୍ଟି ଲାଗି ଏବେ ଚିକିତ୍ସା ବିଜ୍ଞାନରେ ଉଦ୍ୟମ ଆରମ୍ଭ ହେବ। ତେବେ ଘୁଷୁରୀର ଅଙ୍ଗ ମଣିଷ ପାଇଁ ଉପଯୁକ୍ତ ହେବ ବୋଲି କୁହାଯାଉଛି। କାରଣ ମଣିଷର ବିଭିନ୍ନ ଆନ୍ତରିକ ଅଙ୍ଗର ଆକାର ଘୁଷୁରୀର ଅଙ୍ଗ ଭଳି। ଏଣୁ ଏହି ଟ୍ରାନ୍ସପ୍ଲାଣ୍ଟ ସଫଳ ହେଲେ ବିଶ୍ୱରେ ଜେନୋ ଟ୍ରାନ୍ସପ୍ଲାଣ୍ଟେସନ ନାମରେ ନୂଆ ଚିକିତ୍ସା ପଦ୍ଧତୀର ବିକାଶ ହେବ ବୋଲି ଆଶା କରାଯାଉଛି।    

   Related Posts