ଲାଇଭ ରିପୋର୍ଟିଂ ବେଳେ ରିପୋର୍ଟରଙ୍କୁ ଗୋଡ଼ାଇଲା ଘୁଷୁରୀ, ଭିଡିଓ ଭାଇରାଲ

Published By : Prameya-News7 Bureau | November 28, 2019 IST

ନୂଆଦିଲ୍ଲୀ୨୮/୧୧:  ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ କରିବା ବେଳେ ତାଙ୍କ ଚାରିପାଖରେ ଘଟୁଥିବା ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥାଏ। ଏହି ଦୃଶ୍ୟକୁ ସବୁ ଦର୍ଶକ ଦେଖି ଥାଆନ୍ତି। କିନ୍ତୁ ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ କରିବା ବେ​‌ଳେ ଗୋଟିଏ ଘୁଷୁରୀ ହାବୁଡ଼ରେ ଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କୁ ଘୁଷୁରୀ ଯେଉଁଭଳି ହଇରାଣ କରୁଛି ତାହା ଦର୍ଶକଙ୍କ ସମେତ ଷ୍ଟୁଡିଓରେ ଥିବା ଉପସ୍ଥାପକଙ୍କୁ ମଜାର ଖୋରାକ୍ ଯୋଗାଇଥିଲା। ରିପୋର୍ଟରଙ୍କୁ ଘୁଷୁରୀ ମୁଣ୍ଡରେ ମାରିବାରେ ଲାଗିଥିଲା। ରିପୋର୍ଟର ଦୌଡି ପଳେଇବା ପାଇଁ ଯେତେ​‌ ଚେଷ୍ଟା କଲେ ବି ଘୁଷୁରୀ ତାଙ୍କ ପିଛା ଛାଡ଼ିବାର ନା ଧରୁ ନଥିଲା । ଏଭଳି କୌତୁକିଆ ଦୃଶ୍ୟ ଗ୍ରୀସରେ ଦେଖିବାକୁ ମିଳିଛି।

wp:core-embed/twitter {"url":"https://twitter.com/KallergisK/status/1199284960881975297","type":"rich","providerNameSlug":"twitter","className":""}
https://twitter.com/KallergisK/status/1199284960881975297
/wp:core-embed/twitter

ଲାଇଭ ରିପୋର୍ଟିଂ ବେଳେ ଘୁଷୁରୀ ସହ ରିପୋର୍ଟରଙ୍କ ଦୃଶ୍ୟ ଦେଖି ଷ୍ଟୁଡିଓରେ ଉପସ୍ଥିତ ଉପସ୍ଥାପକ ହସିଥିଲେ।  ଲାଇଭ ରିପୋର୍ଟିଂରେ ରିପୋର୍ଟର ପ୍ରସଙ୍ଗ ବଦଳାଇ ଘୁଷୁରୀ ସଂପର୍କରେ କହିବା ଆରମ୍ଭ କରି ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଗୋଟିଏ ଘୁଷୁରୀ ତାଙ୍କ ପିଛା ଛାଡ଼ୁ ନାହିଁ। ସେ ଯେଉଁଠି ଛିଡା ହେଲେ ବି ତାଙ୍କୁ ଘୁଷୁରୀ ମୁଣ୍ଡିଆ ମାରୁଛି। ତେଣୁ ଗୋଟିଏ ସ୍ଥାନରେ ଠିକ୍ ଭାବେ ସେ ଛିଡା ହେବା କଷ୍ଟକର ହୋଇପଡୁଛି। ଏହି କିଛି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.