୧୦ କୋଟି ଫଲୋଅର୍ସ୍, ୟୁଟ୍ୟୁବରେ ସବୁଠାରୁ ସୁପରହିଟ୍‌ ଏହି ଯୁବକ

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ .- ଏପରି ଜଣେ ଯୁବକ ଅଛନ୍ତି ଯାହାର ୟୁଟ୍ୟୁବ ଚ୍ୟାନେଲରେ ୧୦ କୋଟି ଫଲୋଅର୍‌ସ୍ ଅଛନ୍ତି । ଏହି ଯୁବକ ଜଣଙ୍କ  ୟୁଟ୍ୟୁବ୍‌ରେ ବେଶ୍‌ ସୁପରହିଟ୍‌ । ସେ ଦୁନିଆରେ ଏପରି ପ୍ରଥମ ବ୍ୟକ୍ତି ହୋଇଗଲେ ଯାହାର ୟୁଟ୍ୟୁବରେ ୧୦ କୋଟି ଫଲୋଅର୍‌ ଅଛନ୍ତି । ପିଉଡିପାଇ ନାମକ ଏହି ଯୁବକଙ୍କ ଏତେ ସଂଖ୍ୟାରେ ପ୍ରଶଂସକ ଓ ଫଲୋଅର୍‌ସ ଅଛନ୍ତି ।  ପ୍ରଥମେ ଭାରତର ଟି ସିରିଜ୍‌ର ୧୦ କୋଟି ଫଲୋଅର୍‌ସ ହୋଇଥିଲେ । ସେ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ପିଉ ଡି ପାଇଙ୍କର ଏତେ ସଂଖ୍ୟାରେ ଫଲୋଅର୍‌ସ ହେବା ପରେ ୟୁଟ୍ୟୁବ୍‌ ପକ୍ଷରୁ ତାଙ୍କୁ ଶୁଭେଚ୍ଛା  ଦିଆଯାଇଛି ।

ପିଉ ଡିପାଇଙ୍କୁ ମାତ୍ର ୨୯ ବର୍ଷ , ସେ ଗତ ଦୁଇ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଆୟ କରିଥିବା ୟୁଟ୍ୟୁବର ବନି ଯାଇଛନ୍ତି ।

ତାଙ୍କ ପ୍ରଶଂସକମାନେ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି । ପିଉ ଡି ପାଇ ଅନେକ ଥର ବିବାଦରେ ଫସିଛନ୍ତି । ଏହାପରେ ବି ତାଙ୍କୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରନ୍ତି । ତାଙ୍କର ଚ୍ୟାନେଲ୍‌ର ସବସ୍କ୍ରାଇବରଙ୍କ ସଂଖ୍ୟା ବଢାଇବା ପାଇଁ ପ୍ରଶଂସକମାନେ ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ । ଲଞ୍ଚ ହେବା ମାତ୍ରେ ଏହା ଭାଇରାଲ ହୋଇଥିଲା।

wp:core-embed/twitter {"url":"https://twitter.com/YouTube/status/1165444428988743680","type":"rich","providerNameSlug":"twitter","className":""}
https://twitter.com/YouTube/status/1165444428988743680
/wp:core-embed/twitter

କାହିଁକି ବିବାଦରେ ଫସନ୍ତି-

ପିଉଡିପାଇ ୨୦୧୭ରେ ଇହୁଦିମାନଙ୍କ ବିରୋଧରେ କେତକ ଭିଡିଓ ପ୍ରସ୍ତୁତ କରିଥିବାର ଅଭିଯୋଗ ହୋଇଥିଲା । ଏହାପରେ ୟୁଟ୍ୟୁବ ତାଙ୍କର ରୟାଲିଟି ବନ୍ଦ କରି ଦେଇଥିଲା ।ପରେ ପିଉଡିଓ ପାଇ ଭୁଲ୍‌ ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.