ଡକାର ରାଲିରେ ଆହତ ଫରାସୀ ରାଇଡର ଚେର୍ପିନ୍ଙ୍କ ମୃତ୍ୟୁ
15/01/2021 at 5:28 PM

ପ୍ୟାରିସ୍ : ପ୍ରଶିଦ୍ଧ ମୋଟର ସ୍ପୋର୍ଟସ୍ ଡକାର ରାଲିର ସପ୍ତମ ପର୍ଯ୍ୟାୟ ବେଳେ ଦୁର୍ଘଟଣାରେ ଆହତ ମୋଟର ସାଇକେଲ ରାଇଡର ପିୟରେ ଚେର୍ପିନଙ୍କ ମୃତ୍ୟୁ ହୋଇଛି। ଡାକର ଆୟୋଜକ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଖବର ପ୍ରସାରିତ ହେବା ପରେ ବିଶ୍ୱର ମୋଟରସ୍ପୋର୍ଟସ୍ରେ ଋଚି ରଖୁଥିବା ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଆୟୋଜକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଚେର୍ପିନ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ୪ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି। ୫୨ ବର୍ଷ ବୟସ୍କ ଆମେଚର ମୋଟର ସାଇକେଲ ରାଇଡର ଦୁବାଇରେ ଅନୁଷ୍ଠିତ ପ୍ରତିଯୋଗୀତାରେ ନିଜ ସହାୟକଙ୍କୁ ମଧ୍ୟ ସାଙ୍ଗରେ ରଖିନଥିଲେ।

ଦୁବାଇ ହସ୍ପିଟାଲରେ ତାଙ୍କର ନ୍ୟୁରୋ ସର୍ଜରି ହୋଇଥିବା ବେଳେ ସେ କୋମାରେ ଥିଲେ। ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଫ୍ରାନ୍ସ ଅଣାଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ସେ ଗତ ୧୦ ତାରିଖ ଦିନ ସପ୍ତମ ପର୍ଯ୍ୟାୟ ପ୍ରତିଯୋଗୀତା ବେଳେ ମୋଟର ସାଇକେଲରୁ ଖସିପଡି ଆହତ ହୋଇଥିଲେ। ଆୟୋଜକଙ୍କ ଅନୁସାରେ ମେଡିକାଲ ହେଲିକପ୍ଟର ତାଙ୍କ ପାଖରେ ପହଞ୍ଚିବା ବେଳେ ସେ ଅଚେତ ପଡିଥିବା ଦେଖା ଯାଇଥିଲା। ତାଙ୍କର ତୁରନ୍ତ ସର୍ଜରି କରାଯିବା ପରେ ସକକାରୁ ଜେଦହସ୍ଥିତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ ଫ୍ରାନ୍ସ ସହର ଲିଲେ ସ୍ଥାନାନ୍ତରଣ କାଳରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।