ଆଧେସିଭ୍ ନିର୍ମାତା Aralditeକୁ ୨,୧୦୦ କୋଟି ଟଙ୍କାରେ କିଣିବେ Pidilite

Published By : Prameya-News7 Bureau | October 29, 2020 IST

ମୁମ୍ବାଇ ୨୯।୧୦: ଭାରତରେ ଆର୍ଲଡାଇଟ୍ ଆଧେସିଭ ନିର୍ମାତା ହଣ୍ଟସମ୍ୟାନ୍‌ ଇଣ୍ଡିଆର ୟୁନିଟିକୁ ପିଡଲାଇଟ୍ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌  ଅଧିଗ୍ରହଣ କରିବେ। ଏଥିଲାଗି ଗୁରୁବାର ରାଜିନାମା ସ୍ୱାକ୍ଷରିତ ହେବା ପରେ ସେୟାର ବଜାରରେ ଉତ୍ସାହ ଦେଖାଯାଇଛି। ଫଳରେ ଅନ୍ତଃଦିବସୀୟ କାରବାରରେ ପିଡଲାଇଟ୍‌ ସେୟାର ମୂଲ୍ୟ ଅଚାନକ ବଢିଛି। 

ଆମେରିକା ହଣ୍ଟସମ୍ୟାନ୍‌ ୟୁନିଟକୁ ୨,୧୦୦ କୋଟି ଟଙ୍କାରେ ଅଧିଗ୍ରହଣ ଲାଗି ରାଜିନାମା ହୋଇଛି। ହଣ୍ଟସମ୍ୟାନ୍‌ଙ୍କ ଶହେ ପ୍ରତିଶତ ମାଲିକାନାଧିନ ଏହି ସଂସ୍ଥା ଆଡଭାନ୍ସଡ ମେଟେରିଆଲ ସଲ୍ୟୁସନ ପରିଚାଳନା କରନ୍ତି। ଏଥିରେ ଏର୍ଲଡାଇଟ୍, ଏର୍ଲଡାଇଟ୍ କାର୍ପେଣ୍ଟର ଓ ଏରାସିଲ ଭଳି ଉତ୍ପାଦ କମ୍ପାନୀ ଉତ୍ପାଦନ କରିବା ସହ ଭାରତରେ ବିପଣନ ମଧ୍ୟ କରୁଛନ୍ତି। ଭାରତୀୟ ଆଧେସିଭ ବଜାରରେ ଏହି ବିଦେଶୀ କମ୍ପାନୀ ଏପର୍ଯ୍ୟନ୍ତ ସିଧାଶଳଖ ଫେଭିକଲ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।

ପିଡଲାଇଟ୍ ଇଣ୍ଡଷ୍ଟ୍ରିଜ୍ ଏବେ ଆମେରିକୀୟ ହଣ୍ଟସ୍‌ମ୍ୟାନ୍‌ ସଂସ୍ଥାକୁ ଭାରତରେ ଅଧିଗ୍ରହଣ କରୁଥିବା ଏକ ବିବୃତ୍ତିରେ ସୂଚିତ କରିଛନ୍ତି। ଏହି କାରବାରରେ କମ୍ପାନୀ ସମେତ କାରବାର ମଧ୍ୟ ଅଧିଗ୍ରହଣ କରିବେ। ହଣ୍ଟସ୍‌ମ୍ୟାନର ଭାରତରେ କାରବାର ପ୍ରାୟ ୨,୧୦୦ କୋଟି ବୋଲି ପିଡଲାଇଟ ସୂଚିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.