Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କ୍ରୁରତା ଆଗରେ କରୁଣାର ଦୃଶ୍ୟ: ଆଣ୍ଠୁ ମାଡି ବସିଥିବା ନନ୍‌ଙ୍କ ଗୁହାରି- ମୋତେ ପଛେ ସୁଟ୍‌ କର ପିଲାଙ୍କ ଉପରେ ଗୁଳି ଚଳାଅ ନାହିଁ

9/03/2021 at 8:18 PM

ନୂଆଦିଲ୍ଲୀ ୦୯।୦୩: ସାମ୍ନାରେ ହତିଆର ଧରି ଛିଡା ହୋଇଛନ୍ତି ସେନା। ପଛରେ ଅଛନ୍ତି ଦେଶର ଗଣତନ୍ତ୍ର ଉପରେ ହମଲାକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ। ମଝିରେ ରହିଛନ୍ତି ନନ ଏନ ରୋଜା। ଧଳା ରୋବ୍ ଓ କଳା ହ୍ୟାବିଟ୍‌ରେ ହାତ ଯୋଡି ନନ ରୋଜା ସଡକରେ ଆଣ୍ଠୁ ମାଡି ବସିଛନ୍ତି। ଗୁଳି ନଚଳାଇବାକୁ ସେନାକୁ ଗୁହାରି କରୁଛନ୍ତି। ମିଆଁମାରରେ ସରକାର ଭଙ୍ଗ ପରେ ଜାରି ହିଂସାତ୍ମକ ପ୍ରଦର୍ଶନରେ ଅନେକ ବିକ୍ଷୋଭକାରୀ ପ୍ରାଣ ହରାଇ ସାରିଛନ୍ତି। ସୋମବାର ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏମିତି ପରିସ୍ଥିତିରେ ନନ ରୋଜାଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ନିଜ ଜୀବନକୁ ବାଜିରେ ଲଗାଇ ଅନେକ ଲୋକଙ୍କ  ଜୀବନ ରକ୍ଷା କରିବା। ସଂଯୋଗ ଏମିତି ଯେ, ଅନ୍ତର୍ଜାତୀୟ ମହିଳା ଦିବସରେ ନିଆଯାଇଥିବା ତାଙ୍କର ଏହି ଫଟୋ ସଭିଙ୍କୁ ଭାବିବାକୁ ବିବଶ କରିଛି।

ଫେବୃଆରୀ ୨୮ରେ ମଧ୍ୟ ସିଷ୍ଟର ରୋଜା ଏମିତି ପୋଲିସ ସାମ୍ନାରେ ସାହାସର ଛିଡା ହୋଇଥିଲେ। ସୋମବାର ଯେତେବେଳେ ସେନା ପ୍ରଦର୍ଶନକାରୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କଲେ, ଠିକ୍ ସେହି ସମୟରେ ନନ ଏନ ରୋଜା ନିଜ ଜୀବନକୁ ବାଜିରେ ଲଗାଇ ସେନା ସାମ୍ନାରେ ଦୃଢ ଭାବେ ଛିଡା ହୋଇଥିଲେ। ସେ ରାସ୍ତା ମଝିରେ ଆଣ୍ଠୁ ମାଡି ବସି ଅଧିକାରୀଙ୍କୁ ନିବେଦନ କରିଥିଲେ ଯେ, ଯଦି ଆପଣ ପ୍ରଦର୍ଶନକାରୀଙ୍କୁ ମାରିବାକୁ ଚାହାନ୍ତି ତେବେ ପ୍ରଥମେ ମୋ ଉପରେ ଚଢି ଯିବାକୁ ପଡିବ।

ନନ ରୋଜା ସ୍କାଇ ନ୍ୟୁଜ୍‌କୁ କହିଛନ୍ତି ଯେ, ମଧ୍ୟାହ୍ନ ୧୨ଟାରେ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନ ନେବାରୁ ମୁଁ ରାସ୍ତାକୁ ଓହ୍ଲାଇଥିଲି ଏବଂ ସେନାଙ୍କୁ ପ୍ରାର୍ଥନା କଲି ଯେ, ମୋତେ ବରଂ ଗୁଳି କର ଲୋକଙ୍କ ଉପରକୁ ଗୁଳି ଚଳାଅ  ନାହିଁ। ଆଗକୁ ଯିବାକୁ ହେଲେ ମୋ ଉପରେ ଚଢି ଯିବାକୁ ପଡିବ। ଏହା ଦେଖି ସେନା ମଧ୍ୟ ତାଙ୍କ ସାମ୍ନାରେ ଆଣ୍ଠୁ ମାଡି ବସି  ପଡିଥିଲେ ଏବଂ କହିଥିଲେ ପ୍ରଦର୍ଶନ ରୋକିବାକୁ ହେଲେ ଆମକୁ ମଧ୍ୟ ଏମିତି କରିବାକୁ ପଡିବ। ଏହା ପରେ ପୋଲିସ ପକ୍ଷରୁ ଗୁଳି ବଦଳରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା। ଏଥିରେ ନନ ରୋଜାଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ସେହି ସମୟରେ କେହି ଜଣେ ବ୍ୟକ୍ତି ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। କିଏ ଗୁଳି ଚଳାଇଲେ ଦେଖି ପାରିନଥିବା ନନ କହିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୧ ପରଠୁ ମିଆଁମାରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରଶାସନ ତିଳେ ମାତ୍ର ପଛଘୁଞ୍ଚା ଦେଉନାହିଁ। ଏବେ ପର୍ଯ୍ୟନ୍ତ ପୋଲିସ ଓ ସେନା ଗୁଳିରେ ୫୦ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟି ସାରିଛି। ମିଳିତ ଜାତିସଂଘର କାର୍ଯ୍ୟାଳୟ ଅନୁଯାୟୀ, ଗତ ରବିବାର ୧୮ ଜଣଙ୍କୁ ହତ୍ୟା କରାଯାଇଥିଲା ଏବଂ ବୁଧବାର ୩୮ ଜଣଙ୍କ ସେନା ଗୁଳିରେ ମୃତ୍ୟୁ ଘଟିଛି।

   Related Posts