Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଜଳିଗଲା ପରେ ବି ତାରରେ ଲାଖିଛି ଛୁଆ କଙ୍ଗାରୁର ମୃତ ଦେହ… ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡର ଏକ ହୃଦୟ ବିଦାରକ ଚିତ୍ର… ଦେଖିଲେ , ଭାବିଲେ ଥରି ଉଠେ ଛାତି

6/01/2020 at 4:40 PM

ସିଡନୀ ୬/୧– ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡର ପରିଣତି ଏତେ ଭୟଙ୍କର ଯେ, ତାହାକୁ ଆକଳନ କରିବା କଷ୍ଟକର। ବର୍ତ୍ତମାନ ସୁଦ୍ଧା ଏହି ପ୍ରଳୟଙ୍କରୀ ଅଗ୍ନିକାଣ୍ଡରେ ୧୨୦୦ ଘର ନଷ୍ଟ ହୋଇସାରିଲାଣି । ଆଉ ହଜାର ହଜାର ଜୀବଜନ୍ତୁଙ୍କ ପ୍ରାଣ ଯାଇସାରିଛି ।ଭୟଙ୍କର ଅଗ୍ନିକାଣ୍ଡରେ ନ୍ୟୁ ସାଉଥ ୱେଲ୍ସ ଏବଂ ଭିକ୍ଟୋରିଆର ପ୍ରଭୂତ କ୍ଷୟ କ୍ଷତି ହୋଇଛି । ତେବେ ଏହି ପ୍ରଳୟଙ୍କରୀ ଅଗ୍ନିକାଣ୍ଡର ଏକ ବିଭତ୍ସ ଚିତ୍ର ଟିଏ ଥରାଇ ଦେଇଛି କୋଟି କୋଟି ଲୋକଙ୍କ ଛାତି । ଏକ ମୃତ କଙ୍ଗାରୁ ଫଟୋ । ତାର ବାଡରେ ଲାଖି ରହିଛି ନିଆଁରେ ଜଳିଯାଇଥିବା ଏକ ଛୁଆ କଙ୍ଗାରୁର ଭସ୍ମାବଶେଷ । ତାରବାଡ ଯୋଗୁଁ  ସେ ଅଗ୍ନିର ଲୋଲିହାନ ଶିକାରୁ ବର୍ତ୍ତି ପାରିନି କଙ୍ଗାରୁ ଛୁଆଟି । ତାରରେ ଲାଖି ଯାଇଛି ତାର ମୃତ ଦେହ । ତାହାକୁ ଦେଖିଲେ ଛାତି ଥରିଉଠେ ।

 ଅଷ୍ଟ୍ରେଲିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ପାଇଁ , ସ୍ଥାନୀୟ ଅଞ୍ଚଳରେ ଜରୁରୀ ପରିସ୍ଥିତି ଜାରି ହୋଇଛି ।ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ବଳପୂର୍ବକ ସ୍ଥାନାନ୍ତର ସହ ରାସ୍ତା ଆଦି ବନ୍ଦ କରାଯାଇଛି । ଲୋକଙ୍କ ନିରାପତ୍ତା ସହ ସାଲିସ ହେବନାହିଁ  ବୋଲି ପ୍ରଶାସନ  ଘୋଷଣା ସହ ତତ୍କାଳ ପଦକ୍ଷେପ ନେଇଛି । ତେବେ  ଅଧିକ ତାପମାତ୍ରା ସାଙ୍ଗକୁ ଜୋର ପବନ ପାଇଁ ନିଆ ବ୍ୟାପୁଥିବ ଜଣାଯାଇଛି ।ମଣିଷ ଏବଂ ପଶୁପକ୍ଷୀ ଜୀବଜନ୍ତୁ ଅନେକ ଜୀବନ ହାରି ସାରିଲେଣି ।

ଏହି ଅଗ୍ନିକାଣ୍ଡର ଚିତ୍ର ଏତେ ଭୟଙ୍କର ଯେ, ସୋସିଆଲ ମିଡିଆ ଠାରୁ  ବିଭିନ୍ନ ଗଣ ମାଧ୍ୟମରେ ଏହି ଭୟଙ୍କର ଅଗ୍ନିକାଣ୍ଡର ଫଟୋ ସବୁ ଭାଇରାଲ । ସେ ଭିତରେ , କିନ୍ତୁ ଏକ ଛୁଆ କଙ୍ଗାରୁର ମୃତ୍ୟୁ ଫଟୋ ବେଶି ବେଦନାଦାୟକ ହୋଇଛି । ବିଭିନ୍ନ ସୋସିଆଲ ମିଡିଆରେ ସେହି ପଟୋ ନେଇ ଅନେକ ସେମାନଙ୍କ ପ୍ରତିକ୍ରିୟା ରଖିଛନଅତି । ଛୋଟ କଙ୍ଗାରୁଟିର ଯନ୍ତ୍ରଣାଦାୟକ ମୃତ୍ୟୁ କେବଳ ବ୍ୟଥିତ କରିନି, ତାହାକୁ ଭାବି ବି ହେଉନି ।

ନିଆଁରୁ ବଞ୍ଚିବାକୁ ଦୌଡୁଥିବା କହ୍ଗାରୁ ଛୁଆଟି ତାର ବାଡରେ ଲାଖିଯାଇଛି . ଆଉ ତାକୁ ଗ୍ରାସି ଯାଇଛି ଭୟଙ୍କର ଜଙ୍ଗଲ ନିଆଁ ।ହୃଦୟ ବିଦାରକ, ଲୋମହର୍ଷକ । ବିଚରା ନିରୀହ ପ୍ରାଣୀଟି କେତେ ବଲ ବଲ ହୋଇ ପ୍ରାଣ ହରାଇନଥିବ ? ଭାବି ବି ହେଉନି, ଚିନ୍ତା ମଧ୍ୟ କରିହେଉନି ।ଏହି ଫଟେ ଟି ବୋଧହୁଏ ସବୁଠୁ କାରୁଣିକ ଫଟୋହେବ ଏ ବର୍ଷର । 

   Related Posts