ଜେଲରେ ଚାଲିଥିଲା କଏଦୀଙ୍କ ମସ୍ତି, ଜମୁଥିଲା ଭୋଜି ଭାତର ଆସର ; ସହାୟତା କରୁଥିଲେ କର୍ମଚାରୀ !

Published By : Prameya-News7 Bureau | April 18, 2021 IST

ଜୟପୁର ୧୮।୦୪: ଜେଲ୍ ଭିତରେ ଚାଲିଥିଲା ମସ୍ତି । ପ୍ରତିଦିନ ଜମୁଥିଲା କଏଦୀଙ୍କ ଭୋଜି ଭାତର ଆସର। ଆଉ ଏଥିରେ ସହାୟତା କରୁଥିଲେ ଜେଲର କିଛି କର୍ମଚାରୀ। ଜୟପୁର ଉପ କାରାଗାରରେ ମୌଜ ମସ୍ତି କରୁଥିଲେ କଏଦୀ । ଅଭିଯୋଗ ପାଇବା ପରେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଜୟପୁର ଉପଜିଲ୍ଲାପାଳଙ୍କ ସମେତ ଏକ ଟିମ ଭୋର ୪ଟା ସମୟରେ ଜୟପୁର ଉପ କାରାଗାର ଉପରେ ଚଢ଼ାଉ କରିଥିଲେ।

ଖବର ଅନୁଯାୟୀ, ସକାଳ ୫ଟାରୁ ୭ଟା ୩୦ ପର୍ଯ୍ୟନ୍ତ ଏହି ଚଢ଼ାଉ ହୋଇଥିଲା। କଏଦୀଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ, ଅନେକ ରୋଷେଇ ଉପକରଣ ଓ ବ୍ୟାୟାମ ଉପକରଣ ଜବତ କରାଯାଇଛି । ଗୋଟିଏ ପେନ୍ ଡ୍ରାଇଭ୍ , ଡମ୍ବଲ୍ ଓ ଲୁହା ରଡ୍, ଗୁଟଖା ପ୍ୟାକେଟ୍ ଜବତ କରାଯାଇଛି। ଏହି ଚଢ଼ାଉରେ ଜୟପୁର, ବୋରିଗୁମ୍ମା ଏସ୍ ଡିପିଓଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ସାମିଲ ହୋଇଥିଲେ। ଜୟପୁର ଉପଜିଲ୍ଲାପାଳ ମଧ୍ୟ ଚଢ଼ାଉ ସମୟରେ ଉପସ୍ଥିତ ଥିଲେ। ଏ ନେଇ କାର୍ଯାନୁଷ୍ଠାନ ପାଇଁ ଉଚ୍ଚ କତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି କୋରାପୁଟ ଏସପି। ସେପଟେ ଏ ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.