Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବଣଭୋଜି ବେଳେ ନଦୀରେ ଆସିଗଲା ପାଣି, ଫସିଗଲେ ୫ ଯୁବକ…

20/09/2021 at 9:47 AM

ବ୍ରହ୍ମପୁର, ୨୦।୦୯ :   ବଣଭୋଜି ବେଳେ ଅଘଟଣ। ନଦୀର ଉପରମୁଣ୍ଡରେ ପାଣି ଆସିଯିବାରୁ ଅପରପଟେ ଫସିଯାଇଥିଲେ ୫ ଜଣ ଯୁବକ। ଖବର ପାଇ ସେମାନଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିବା ଜଣାପଡ଼ିଛି। 

ସୂଚନାନୁସାରେ, ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ବୁରାତାଲ ଠାରୁ ଆଉ କିଛି ଦୂରରେ ପାହାଡ଼ର ଝରଣା ଘେରା ଅଞ୍ଚଳ  ବାରିଆପଥର। ଏଠାକୁ କୁକୁଡାଖଣ୍ଡି ବ୍ଲକର ପାଞ୍ଚ ଜଣ ଯୁବକ ବଣଭୋଜି କରିବାକୁ ଯାଇଥିଲେ। ପ୍ରାୟ ୩ଟା ବେଳେ ଉପର ମୁ୍ଣ୍ଡରେ ବର୍ଷା  ହେବା ଫଳରେ ହଠାତ ନଦୀରେ ପ୍ରବଳ ପାଣି ଆସିଥିଲା। ସେମାନେ ନଦୀ ଏପଟକୁ ଆସିବାକୁ ଚେଷ୍ଟା କରି ଆସିପାରିନଥିଲେ।  ସେମାନେ ନଦୀର ବୀପରିତ ଦିଗରେ ଫସିଯାଇଥିଲେ । ସେହି ଅଞ୍ଚଳରେ କୌଣସି ଲୋକ ନ ଥିବାରୁ ଜୀବନ ବଞ୍ଚାଇବେ କିଭଳି ତାହା ନେଇ ଚିନ୍ତାରେ ଥିଲେ।

ଶେଷରେ ସେମାନେ କୁକୁଡ଼ଖଣ୍ଡି ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚ ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ। ପରେ ପାତ୍ରପୁର ଓ ଚିକିଟି ଦମକଳ ବାହିନୀ ମିଳିତ ଭାବେ ଘଟଣାସ୍ଥଳରେ ପହଁଚି  ଯୁବକ ମାନଙ୍କୁ ଉଦ୍ଧାର କରିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ଉଦ୍ଧାର ହୋଇଥିବା ଯୁବକ ମାନେ  କୁକୁଡାଖଣ୍ଡି ଅଞ୍ଚଳର ଏ. ରୋସନ(୨୪), ଅକ୍ଷୟ କୁମାର ପାତ୍ର(୨୩)ସୁବ୍ରତ ପଟ୍ଟନାୟକ (୨୩)ଅନିଲ କୁମାର ସାହୁ(୨୩) ଦୀପକ କୁମାର ରାଉଡ(୨୩) ବୋଲି ଜଣାପଡିଛି ।

   Related Posts