Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଆସିଛି ପିକନିକ ଋତୁ ; ରାମଚଣ୍ଡରେ ବଣ ଭୋଜି ପାଇଁ ଜମିଲା ପର୍ଯ୍ୟଟକଙ୍କ ଭିଡ

25/12/2018 at 10:42 AM

ଶୀତଋତୁ ଆସିବା ମାତ୍ରେ ପିକନିକ ଋତୁ ମଧ୍ୟ୍ୟ ଆସିଥାଏ  | ପୁରୀ ଜିଲ୍ଲା କୋଣାର୍କ ବେଳାମାର୍ଗ ଓ ରାମଚଣ୍ଡୀ ଠାରେ ବଣଭୋଜି କରିବା ପାଇଁ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି | କୋଣାର୍କ ଠାରୁ ରାମଚଣ୍ଡୀ ପ୍ରାୟ ୧୦କିଲୋମିଟର ବେଳାମାର୍ଗରେ ବଣଭୋଜିର ମଜା ଉଠଉଛନ୍ତି ପର୍ଯ୍ୟଟକ |

ପିକନିକ ଋତୁ ଆସିବା ପରେ ରାମଚଣ୍ଡୀ ପୀଠ ବେଶ ଚଳଚଂଚଳ ହୋଇପଡିଛି | କୋଣାର୍କ ଠାରୁ ରାମଚଣ୍ଡୀ ଦୁଇ ପାର୍ଶ୍ଵରେ ସହ ସହ ଗାଡି ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି | ବଣଭୋଜିର ମଜାନେବା ସହ ନଦୀ ଓ ସମୁଦ୍ର ମିଳନ ସ୍ଥଳୀରେ  ବୋଟିଙ୍ଗର ମଜା ଉଠାଇଛନ୍ତି ପର୍ଯ୍ୟଟକ |

କୋଣାର୍କ ବେଳାମାର୍ଗ ଓ ରାମଚଣ୍ଡୀ ଏକ ଏପରି ଜାଗା ଏଠି ପିକନିକ ର ମଜାନେବା ନିଆରା କାରଣ ଏଠି ବିସ୍ତୃନ ଅଂଚଳ ଝାଉଜଂଗଲ, ନଦୀ ସମୁଦ୍ର ସଙ୍ଗମ ଓ ମା ରାମଚଣ୍ଡୀ ମନ୍ଦିର  ଏବଂ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ ବୋଲି ପିକନିକ କରିବକୁ ଆସିଥିବା ପର୍ଯ୍ୟଟକ କୁହନ୍ତି | ଘରେ ଗ୍ୟାସ ରେ ରାନ୍ଧି ଖାଇବା ଏବଂ ଏଠି କାଠ ଚୁଲିରେ ରାନ୍ଧି ଖାଇବାର ଏକ ନିଆରା ସ୍ୱାଦ ଥାଏ, ରାମଚଣ୍ଡୀ ରେ ଫ୍ୟାମିଲି ନେଇ ବଣଭୋଜି କରିବା ସୁରକ୍ଷିତ ମନେକରିଥାନ୍ତି ବୋଲି ପର୍ଯ୍ୟଟକ କୁହନ୍ତି | ବଣଭୋଜି କରିବା ସହ ସମୁଦ୍ରରେ ଗାଧେଇବାର ମଜା ଉଠାଇ ଥାନ୍ତି ପର୍ଯ୍ୟଟକ |

   Related Posts