Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପିକ୍‌ନିକ୍ ସାରି ହସ-ଖୁସିରେ ଫେରିବା ବେଳେ ଘଟିଲା ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

10/01/2021 at 5:25 PM

ଟାଙ୍ଗୀ୧୦/୧:  ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା। ପିକ୍‌ନିକ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ପୋଲିସ ଟ୍ରେନିଂ ସ୍କୁଲ( ନୟାଗଡ )ର ଦୁଇ ଜଣ କର୍ମଚାରୀ ନିଜ ପରିବାର ସହ ଚିଲିକା ଭ୍ରମଣ ପାଇଁ  ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ, ତାଙ୍କ ବୟସ ୫୨ ବର୍ଷ। ଆହତ ଚାରିଜଣ ହେଲେ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ। ସ୍ଥାନୀୟ ଲୋକ ଏବଂ ପୋଲିସ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

   Related Posts