ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରକକୁ ପଛପଟୁ ପିଟିଲା ପିକନିକ ବସ, ୩୦ଯାତ୍ରୀ ଆହତ, ବସ ଡ୍ରାଇଭର ଫେରାର

Published By : Prameya-News7 Bureau | January 06, 2019 IST

ଖୋର୍ଦ୍ଧା ୬/୧ : ଖୋର୍ଦ୍ଧା ଗୋଡିପଡା ଟୋଲଗେଟରେ ଦୁର୍ଘଟଣା | ଟୋଲଗେଟ ନିକଟରେ ଠିଆ ହୋଇଥିବା ଟ୍ରକରେ ପିଟିହେଲା ଟୁରିଷ୍ଟ ବସ | ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ହୋଇଛନ୍ତି | ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି | ବସଟି ଭାରସାମ୍ୟ ହରାଇ ଟ୍ରକରେ ପିଟିହୋଇଥିବା ଅନୁମାନ କରାଯାଉଛି | ବସରେ ମୋଟ ୫୦ ଯାତ୍ରୀ ଥିବା ଜଣାପଡିଛି | ଜୟ ହନୁମାନ ନାମକ ଏକ ଘରୋଇ ବସରେ ଟୁରିଷ୍ଟ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ |

{"id":70843}

ବିଳମ୍ବିତ ରାତିରେ ଡ୍ରାଇଭରର ଆଖି ଲାଗି ଯିବାରୁ ରାସ୍ତାରେ ଥିବା ସ୍ପିଡ଼ ବ୍ରେକର ଠାରେ ବସ ନିୟନ୍ତ୍ରଣ ହରାଇଥିଲା | ବସଯାତ୍ରୀଙ୍କ କହିବାନୁଯାୟୀ ବସ ଡ୍ରାଇଭର ମଦ୍ୟପାନ କରିଥିଲା | ଦୁର୍ଘଟଣା ପରେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ଦୁର୍ଘଟଣା ପରେ ଟୋଲ ଗେଟ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଆହତଙ୍କୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ | ଡ୍ରାଇଭରର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ | ପୋଲିସ ତଦନ୍ତ ଜାରି ରଖିଛି | ତେବେ ଦୁର୍ଘଟଣାରେ କେହି ଗୁରୁତର ହୋଇଥିବା ସୂଚନା ମିଳିନାହିଁ |

{"id":70844}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.