ଡମ୍ପରକୁ ପିଟିଲା ପିକ୍‌ନିକ୍ ବସ୍ ; ଡ୍ରାଇଭର ମୃତ, ୧୨ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | December 28, 2018 IST

ସାଲେପୁର ୨୮|୧୨: ରାସ୍ତା ଉପରେ ଠିଆ ହୋଇଥିବା ଡମ୍ପରକୁ ପିଟିଲା ପିକ୍‌ନିକ୍ ବସ୍ । କଟକ-ପାରାଦୀପ ରାସ୍ତାର କମରପଦା ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ମେଡିକାଲରେ ୨ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ବସ୍‌ରେ ଥିବା ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

{"id":67884}

ସୂଚନା ଅନୁସାରେ ପିକ୍‌ନିକ୍ କରିବାକୁ ଭୁବନେଶ୍ବରରୁ ପାରାଦୀପ ଯାଉଥିଲେ ଯାତ୍ରୀ । କଟକ-ପାରାଦୀପ ରାସ୍ତାର କମରପଦା ଛକରେ ରାସ୍ତା ଉପରେ ଠିଆ ହୋଇଥିବା ଡମ୍ପରରେ ପିଟି ହେଲା ପିକ୍‌ନିକ୍ ବସ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବସ୍‌ରେ ଥିବା ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ଏବେବି ବସ୍‌ରେ ଫଶି ରହିଛନ୍ତି ବହୁ ଯାତ୍ରୀ । ଘଟଣାସ୍ଥଳରେ ଆହତ ଲୋକଙ୍କୁ କିଶନନଗର ପୋଲିସ ଓ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ କଟକ ଏସସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ ନାଁ ମାଆ ସାରଳା । ଏଥିରେ ୬୫ଜଣ ଯାତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.