Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ତପ୍ତପାଣି ଘାଟୀରେ ଓଲଟି ପଡିଲା ପିକ୍‌ନିକ୍‌ ବସ୍ -୩୦ ଛାତ୍ରଛାତ୍ରୀ ଆହତ

23/12/2019 at 10:13 PM

ସାନଖେମୁଣ୍ଡି ୨୩।୧୨- ଗଞ୍ଜାମ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟୀରେ ଏକ ପିକ୍‌ନିକ୍‌ ବସ ଓଲଟି ପଡିଛି । ଏଥିରେ ଥିବା ୩୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସାପାଇଁ ପ୍ରଥମେ ଦିଗ ପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରମାନଙ୍କୁ ଏମ୍‌କେସିଜି ସ୍ଥାନାନ୍ତର କରାଯାଇଛି ।

କଟକ ରେଭେନ୍ସା କଲେଜ୍‌ର କିଛି ଛାତ୍ରାଛାତ୍ରୀ ଗଜପତିର ଗଣ୍ଡାହାତୀକୁ ପିକ୍‌ନିକ୍‌ କରିବା ପାଇଁଯାଇଥିଲା । ସେମାନେ କଟକ ଫେରୁଥିବାବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଥମେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।


ସୂଚନା ଅନୁସାୀରେ ଗଜପତି ସୀମାନ୍ତ ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ପିକନିକ୍ ବସ୍ ଓଲଟି ୩୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଛନ୍ତି । ସାନଖେମୁଣ୍ଡି ଅଗ୍ନିଶମ ଭିଭାଗ ପାଟପୁରଥାନା କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ଆହାତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କଟକ ରେଭେନ୍ସା ୟୁନିଭରସିଟିର ଏମ୍.ସି.ଏ ପିଜି ଛାତ୍ରଛାତ୍ରୀ ମାନେ ନେହା ନିକିତା ନାମକ ବସ ଓ . ଆର – ଏ. ଡବ୍ଲ୍ୟୁ ୩୬୬୩ ବସରେ ଗଜପତି ଜିଲ୍ଲା ଗଣ୍ଡାହାତୀକୁ ପିକନିକ୍‌ରେ ଆସିଥିଲେ ।

ସୋମବାର ଗଣ୍ଡାହାତୀରୁ ସଂନ୍ଧ୍ୟା ସମୟରେ ଫେରୁଥିବା ସମୟରେ ତପ୍ତପାଣି ଘାଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡକୁ ଓଲଟି ପଡିଛି । ବସରେ ୬୦ ଜଣ ବିଦ୍ୟାର୍ଥୀ ଆସିଥିବା ସୂଚନା ମିଳିଥିବା ବେଳେ ସେଥିରୁ ୩୦ ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ସୂଚନା ମିଳିଛି । ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts