ଦିଗପହଣ୍ଡିରେ ଛାତି ଥରା ସଡକ ଦୁର୍ଘଟଣା, ବାଇକ୍କୁ ଧକ୍କା ଦେଇ ଓଲଟିପଡିଲା ପିକ୍‌ନିକ୍‌ ବସ୍

Published By : Prameya-News7 Bureau | December 15, 2019 IST

ନୟାଗଡ ୧୫।୧୨:  ବାଇକ୍‌କୁ ଧକ୍କା ଦେଇ ଓଲଟି ପଡିଛି ପିକ୍‌ନିକ୍‌ ବସ୍‌। ଫଳରେ ବାଇକ୍ ଚାଳକଙ୍କ ସମେତ ମୋଟ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ବାଇକ୍ ଆରୋହୀ ହୋଇଥିବା ବେଳେ ବସ୍‌ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି। ପିକ୍‌ନିକ୍‌ ପାର୍ଟି ତପ୍ତପାଣିରୁ  ନୟାଗଡ ଫେରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁୁତର ଥିବା ଜଣାପଡିଛି।

ନୟାଗଡରୁ ଏକ ପିକ୍‌ନିକ୍‌ ଦଳ ତପ୍ତପାଣିରେ ଭୋଜି କରି ଫେରୁଥିବା ବେଳେ ବାଇକ୍ ଚାଳକଙ୍କୁ ଧକ୍କା ଦେଇ ବସ୍ ଟି ଘଟିରୁ ତଳକୁ ଓଲଟି ପଡିଛି। ସ୍ଥାନୀୟ ଲୋକେ ସୂଚନା ପାଇ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ପୋଲିସ ଓ ପ୍ରଶାସନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ବସ୍ ରୁ ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.