Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପିକ୍ଅପ୍ ଭ୍ୟାନ୍ ସହ ୮୦ବସ୍ତା ଭାଙ୍ଗ ଜବତ, ୨ ଗିରଫ

22/07/2020 at 7:57 AM

ମୁନିଗୁଡା ୨୨।୦୭: ରାୟଗଡ଼ା ଜିଲ୍ଲା ବିଷମକଟକ ପୋଲିସକୁ ବଡ଼ ସଫଳତା । ବେଆଇନ ଭାବେ ୮୦ବସ୍ତା ଭାଙ୍ଗ ଚୋରାଚାଲାଣ ବେଳେ ଜବତ କରିଛି ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ନାକା ଚେକିଂ ସମୟରେ ଗୋଟିଏ ବୋଲେରୋ ପିକ୍‌ଅପ୍‌ ଗାଡିରେ ବେଆଇନ ଭାବେ ୮୦ବସ୍ତା ଭାଙ୍ଗ ଚୋରାଚାଲାଣ ହେଉଥିବା । ପୋଲିସ ଉକ୍ତ ଗାଡିଟିକୁ ଜବତ କରି ୮୦ବସ୍ତା ଭାଙ୍ଗ ଜବତ କରିଛି । ଯାହାର ମୁଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବା ବୋଲି ଅନୁମାନ କରାଯାଉଛି ।

ତେବେ ଘଟଣାରେ ଦୁଇ ଜଣଙ୍କ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣଙ୍କ ନାମ ଟୁକୁନା ଦଳେଇ ଓ ଅନିଲ ମୁଦୁଲି ବୋଲି ଜଣାପଡିଛି । ତେବେ ମୁନିଗୁଡା ଓ ବିଷମକଟକ ଅଞ୍ଚଳରେ ଦିନକୁ ଦିନ ଅଧିକ  ପରିମାଣର ବେଆଇନ ଭାଙ୍ଗ, ସିଗାରେଟ ଓ ଗୁଟଖା ଭଳି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ନଜରକୁ ଆସିଛି । ପୁରା ଅଞ୍ଚଳରେ ପୋଲିସର ଅଧିକ ପହରା ହେଲେ ଏପରି ଚୋରାଚାଲାଣକୁ ରୋକାଯାଇପାରିବ ବୋଲି ସାଧାରଣରେ ଦାବି ହୋଇଛି ।

   Related Posts