ପିକଅପ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ : ଜଣେ ମୃତ, ୧୨ ଆହତ

Published By : Prameya-News7 Bureau | July 05, 2020 IST

ବଲାଙ୍ଗୀର ୦୫।୦୭: ପିକଅପ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଥିବା ଜଣାପଡିଛି  । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତୁରେକେଲା ଥାନା ବୁଡିବାହାଲ ଛକ ଠାରେ ଏକ ପିକଅପ ଗାଡି ଦୁର୍ଘଟଣା ହୋଇଥିଲା ।

ରେଳ ବିଭାଗ ର ଇଲେକ୍ଟ୍ରିକାଲ ଡିଭିଜନ କିଛି ସାମଗ୍ରୀ ପିକଅପ ଗାଡି ଲାଠୋର ରାସ୍ତା ଦେଇ କଣ୍ଟାବାଞ୍ଜି ଆସୁଥିଲା । ତେବେ ଗାଡିଟି ଠିକ ବୁଡିବାହଲ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଚାଷ ଜମି ଭିତରକୁ ପଶିଯାଇଥିଲା । ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଗାଡିରେ ଥିବା ୧୨ ଜଣଙ୍କ ମଧ୍ୟରୁ ୬ଜଣ ଆହତ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୬ଜଣକୁ ବଲାଙ୍ଗୀର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳକୁ ଖବର ପାଇ ତୁରେକେଲା ପୋଲିସ ପହଂଚି ଆହତ ମାନଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନେଇ ଯାଇଥିଲେ । ମୃତ ବ୍ୟକ୍ତି ପୁରୀ ଜିଲ୍ଲାର ହୋଇଥିବା ବେଳେ ସମସ୍ତେ ଠିକା ଶ୍ରମିକ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.