ଜଳିଗଲା ନଡା ବୋଝେଇ ପିକ୍‌ଅପ୍ ଟ୍ରକ୍

Published By : Prameya-News7 Bureau | April 07, 2019 IST

ଭଣ୍ଡାରିପୋଖରୀ ୭|୪ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଚିଙ୍ଗୁଡିପୁର ହାସିନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ନଡା ବୋଝେଇ ପିକ୍‌ଅପ୍ ଗାଡିଟି ଜଳିଯାଇଛି । ହାସିନପୁର ଗାଁରୁ ପିକ୍‌ଅପ୍ ଗାଡିଟି ନଡା ବୋଝେଇ କରି ଯାଜପୁର ଯାଉଥିବା ସୂଚନା ମିଳିଛି । ନଡା ବୋଝେଇ କରି ଆସୁଥିବାବେଳେ ହଠାତ୍ ଧୂଆଁ ବାହାରୁଥିବା ଗାଁ ଲୋକେ ଦେଖି ଗାଡିକୁ ଅଟକାଇଥିଲେ । ଗାଡିର ଡ୍ରାଇଭର ଗାଡିକୁ ଗାଁ ଭିତରୁ ବାହାର କରି ବିଲ ଭିତରେ ରଖିଦେଇଥିଲେ । ଗାଁ ଲୋକେ ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ପିକ୍‌ଅପ୍  ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.