Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ସଂସଦରେ ନିଜର ସାଂସଦଙ୍କୁ ‘ପକେଟମାର’ ସହ ତୂଳନା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

6/03/2020 at 4:23 PM

ନୂଆଦିଲ୍ଲୀ ୦୬।୦୩- ଲୋକସଭାରୁ କଂଗ୍ରେସର ୭ ଜଣ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର ଦାବି କରି ଗୃହରେ ପାର୍ଟି ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ନିଜ ଦଳର ସାଂସଦଙ୍କ ପ୍ରତି ଅଜବ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ପକେଟମାରଙ୍କୁ ଫାଶୀରେ ଚଢା ଯାଇ ପାରିବ ନାହିଁ। ଚୌଧୁରୀ ଏହା ମଧ୍ୟ କହିଛନ୍ତି କଂଗ୍ରେସ ସଦସ୍ୟଙ୍କ ଆସନକୁ ‘ପପ ଅଫ ଦ ଭେଟିକନ’ ପରି ସମ୍ମାନ ଦିଆଯାଉଛି ଏବଂ ସେ  କେବେ ମଧ୍ୟ ଏହି ଆସନର ଅନାଦାର କରି ନାହାନ୍ତି।

କଂଗ୍ରେସ ନେତା କହିଛନ୍ତି ଯେ ପାର୍ଟିର ୭ ସଦସ୍ୟଙ୍କୁ ଏକ ସଙ୍ଗେ ବାକି ଅଧିବେଶନ ପାଇଁ ନିଲମ୍ବିତ କରାଯିବାର କୌଣସି ଆଧାର ନାହିଁ। ପ୍ରଦର୍ଶନ ସମୟରେ ଅନ୍ୟ ବିରୋଧୀ ଦଳର ସଦସ୍ୟ ମଧ୍ୟ ସାମିଲ ଥିଲେ, ମାତ୍ର କେଉଁ କାରଣ ପାଇଁ ଏବଂ କେଉଁ ଆଧାରରେ କଂଗ୍ରେସର ସାତ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହା କହୁ କହୁ ଅଧୀରଞ୍ଜନ କହିଛନ୍ତି ଯେ, ପକେଟମାରଙ୍କୁ ଫାଶୀରେ ଫନ୍ଦାରେ ଚଢା ଯାଇ ପାରିବ ନାହିଁ। ଯାହାକୁ ନେଇ ଏବେ ସେ ହରଡଘଣାରେ ପଡିଛନ୍ତି।

ଏହା ଉପରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ  ଚୌଧୁରୀଙ୍କ ଏହି ବୟାନ ସଂଦର୍ଭରେ କହିଛନ୍ତି ଯେ, ନିଲମ୍ବିତ ସାଂସଙ୍କ ତୂଳନା ପକେଟମାର ସହିତ କରାଯିବା ଉଚିତ୍ ନୁହଁ। ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ କଥା। ଆମେ ଏଥିରେ ସହମତ ନାହୁଁ। କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ଉଚିତ୍ ଦର୍ଶାଇ ଯୋଶୀ କହିଛନ୍ତି ଯେ, ଯେବେ ବିଜେପି ବିରୋଧୀ ଦଳ ଥିଲା ତେବେ ତତ୍କାଳୀନ ବିରୋଧୀ ଦଳ ନେତା ଲାଲକୃଷ୍ଣ ଆଡଭାଣୀ ସର୍ବଦା ସଦସ୍ୟଙ୍କୁ ଆସନର ଅନାଦାର ନ କରିବାକୁ କହୁଥିଲେ।

ଯୋଶୀ କହିଛନ୍ତି, ୟୁପିଏ ସମୟରେ ବିଜେପିର ୪୫ ସଦସ୍ୟଙ୍କୁ ଜାରି ଅଧିବେଶନର ବାକି ଅବଧି ପାଇଁ ଗୃହରୁ ନିଲମ୍ବିତ କରିଥିଲା। ୨୦୦୭ ରୁ ୨୦୧୦ ମଧ୍ୟରେ କଂଗ୍ରେସ ହଙ୍ଗାମା ମଧ୍ୟରେ ୧୮ ବିଧେୟକ ଗୃହୀତ କରାଇଥିଲା।

କଂଗ୍ରେସର ଯେଉଁ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ଗୌରବ ଗୋଗୋଇ, ଟିଏନ ପ୍ରଥପନ, ଡିନ କୁରିକୋସ୍, ଆର ଉନ୍ନିଥନ, ମନିକମ ଟାଗୋର,  ବେନି ବହନ ଓ ଗୁରଜିତ ସିଂହ ଔଜଲାଙ୍କ ନାମ ସାମିଲ।

   Related Posts