ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ପରିବା ବୋଝେଇ ପିକ୍ ଅପ୍, ଏସଆଇ ଆହତ

Published By : Prameya-News7 Bureau | November 12, 2021 IST

ବିନିକା ୧୨।୧୧: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଯୋଗେଶ୍ଵର ମନ୍ଦିର ଛକ ନିକଟରେ ପୋଲିସ ଭ୍ୟାନ ଓ ଏକ ପରିବା ବୋଝେଇ ପିକଅପ ମଧ୍ୟରେ ଧକ୍କା ହୋଇଛି।  ବିନିକା ପୋଲିସ ଭ୍ୟାନ କାର୍ଯ୍ୟରେ ଯାଉଥିବା ସମୟରେ ବରଗଡରୁ ସୋନପୁର ପଟକୁ ଦ୍ରୁତ ଗତିରେ ଆସୁଥିବା ଏକ ପରିବା ବୋଝେଇ ପିକଅପ ଧକ୍କା ଦେଇଥିଲା ପୋଲିସ ଭ୍ୟାନ ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଆଗ ପଟେ ବସିଥିବା ବିନିକା ଥାନା ଏସଆଇ ସୁକଦେବ କିସାନ ଆହତ ହୋଇଛନ୍ତି। ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପରିବା ବୋଝେଇ ପିକଅପ ଡ୍ରାଇଭର ଖସିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଡ୍ରାଇଭରକୁ  ଧରି ବିନିକା ଥାନାରେ ଅଟକ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.