ନଦୀବନ୍ଧ ତଳକୁ ପିକଅପ ଭ୍ୟାନ ଖସି ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | February 16, 2019 IST

କେନ୍ଦ୍ରାପଡା ୧୬/୨ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପହଣା ନଦୀବନ୍ଧ ତଳକୁ ଖସିଲା ପିକପ୍ ଭ୍ୟାନ । ଗତକାଲି ବିଳମ୍ଭିତ ରାତିରେ ବ୍ରାସ୍ ବ୍ୟାଣ୍ଡ କାମ ସାରି ଫେରୁଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ନଦୀବନ୍ଦ ତଳକୁ ଖସି ଯାଇଥିଲା | ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅଛନ୍ତି | ସଦର ଥାନା ଅନ୍ତର୍ଗତ ମେହେନ୍ଦୀ ପୁର ଗ୍ରାମର ଚନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ହୋଇଛି | ଗୁରୁତରଙ୍କୁ ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ମୂଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା । କିନ୍ତୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.