ବେଆଇନ୍ ଚାଲାଣ ବେଳେ ମାଡ଼ିବସିଲା ପୋଲିସ : ୫୦ ଗୋରୁ ଉଦ୍ଧାର, ୬ଟି ପିକ୍ଅପ୍ ଭ୍ୟାନ୍ ଜବତ

Published By : Prameya-News7 Bureau | December 08, 2021 IST

ରାଇରଙ୍ଗପୁର ୦୮।୧୨: ଦିନକୁ ଦିନ ବଢିଚାଲିଛି ବେଆଇନ୍‌ ଗୋଚାଲାଣ । ବାରମ୍ବାର ପୋଲିସ ଗାଡ଼ି ଜବତ କରୁଛି , କାର୍ଯ୍ୟାନୁଷ୍ଠାନ ବି ନେଉଛି । ତଥାପି କୋଉଠି ନା କୋଉଠି ଭୁଲ ରହୁଛି । ଯାହାଫଳରେ ଗୋଚାଲାଣକାରୀଙ୍କ ମନରେ ଭୟ ରହୁନାହିଁ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ପୁରୁଣାପାଣି ଗାଁ ନିକଟରୁ ଛଅଟି ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି । ଜବତ ଗାଡ଼ିରୁ ୫୦ରୁ ଅଧିକ ଗୋରୁ ଚାଲାଣ ହେଉଥିବା ବେଳେ ଜବତ କରିଛି ପୋଲିସ । ତେବେ ଅନ୍ଧାରର ସୁଯୋଗ ନେଇ କିଛି ଚୋରା ବେପାରୀ ଫେରାର ହୋଇଯାଇ ଥିବା ବେଳେ ୨ଜଣଙ୍କୁ ପୋଲିସ ଅଟକ ରଖିଛି । ଅଟକ ଥିବା ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ଏମାନଙ୍କ ଲିଙ୍କ କେଉଁ କେଉଁ ଅଞ୍ଚଳ ସହିତ ଜଡିତ ଅଛି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.