ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ପଳାଉଥିଲା ଗୋରୁ ଗାଡ଼ି, ପୋଲିସର ଜିମା ଦେଲେ ସ୍ଥାନୀୟଲୋକେ

Published By : Prameya-News7 Bureau | February 24, 2021 IST

ଭଦ୍ରକ ୨୪।୦୨ : ବେଆଇନ ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ । ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଭଦ୍ରକରୁ ପିକଅପ୍ ଭ୍ୟାନରେ ୨୦ ରୁ ଅଧିକ ଗୋରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ପିକଅପ୍ ଭ୍ୟାନ । ଖବର ପାଇ ବଜରଙ୍ଗ ଦଳର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଳମ୍ବିତ ରାତିରୁ ଭଦ୍ରକ ଷ୍ଟେସନ ଛକ ନିକଟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଅଟକ ରଖିଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ସହ ଗାଡିରେ ବସିଥିବା ୪ରୁ ୫ ଜଣ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାର ଅଧିକ ତନାଘନା ଆରମ୍ଭ କରିଛି । ଜବତ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ କୋଲକାତା ଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.