ମଦ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ଜଣେ ଅଟକ

Published By : Prameya-News7 Bureau | December 19, 2019 IST

ଭଦ୍ରକ ୧୯।୧: ବିପୁଳ ପରିମାଣର ଚୋର ମଦ ବୋଝେଇ ପିକଅପ ଭ୍ୟାନ୍ ଜବତ ହୋଇଛି । ଜବତ କରିଛି ଭଦ୍ରକ ଅବକାରୀ ବିଭାଗ । ମଦ ବୋଝେଇ ପିକଅପ ଭ୍ୟାନ୍ ରେ ଶହେ ପେଟିରୁ ଅଧିକ ମଦ ରହିଥିବା ସୂଚନା ମିଳିଛି ।

{"id":199675,"sizeSlug":"large"}

ପିକଅପ ଭ୍ୟାନଟି ଚୋରା ମଦ ନେଇ ଯାଉଥିବା ଖବର ପାଇ ଭଦ୍ରକ ଅବକାରୀ ବିଭାଗ ଗାଡିକୁ ଗୋଡ଼ାଇ ଗୋଡାଇ ତୋଡଙ୍ଗା ନିକଟରେ ଧରିଥିଲା । ପିକଅପ ଭ୍ୟାନ୍‌ରୁ ମଦ ଜବତ ହୋଇଥିଲା । ଗାଡିର ଡ୍ରାଇଭରକୁ ଅଟକ ରଖିଥିବା ବେଳେ କୌଣସି ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଅବକାରୀ ବିଭାଗ ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.