Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୨ ଅଟକ

17/08/2020 at 3:12 PM

ବେତନଟୀ ୧୭।୮: ବେତନଟୀ ଥାନା ଅନ୍ତର୍ଗତ ତାରାକୋଟୀ ଛକ ନିକଟସ୍ଥ ୧୮ ନଂ ଜାତୀୟ ରାଜପଥର ବିପୁଳ ପରିମାଣର ଗଞ୍ଜେଇ ଜବତ । ଜବତ ଗଞ୍ଜେଇ ଜବତ ପରିମାଣ ପ୍ରାୟ ୪ କ୍ବିଣ୍ଟାଲର ଅଧିକ ହେବ ।

ସୋମବାର ସକାଳୁ ବିଆର୍୦୩କେ-୬୦୯୮ ନମ୍ବର ବିଶିଷ୍ଟ ଏକ ପିକ୍ଅପ୍ ଭ୍ୟାନ୍ ରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହୋଇଥିବା କୌଣସି ସୂତ୍ରରୁ ପୋଲିସ ସୂଚନା ପାଇଥିଲା । ସୂଚନାକୁ ଆଧାର କରି ପୋଲିସ ପକ୍ଷରୁ ତାରାକୋଟୀ ଛକ ନିକଟରେ ଗଞ୍ଜେଇ ନେଇ ଯାଉଥିବା ଉକ୍ତ ଭ୍ୟାନ୍ କୁ ପୋଲିସ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଜବତ ହୋଇଥିବା ଏହି ଗଞ୍ଜେଇର ପରିମାଣ ପ୍ରାୟ ୪ କ୍ବିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି ।

ସବୁଠାରୁ ବଡ କଥା ହେଲା ଉକ୍ତ ଭ୍ୟାନର ଡାଲା ଭିତରେ ଅନ୍ୟ ଏକ ସିକ୍ରେଟ ଚାମ୍ବର କରାଯାଇ ସେଥିଲେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଉକ୍ତ ଭ୍ୟାନରେ ଥିବା ୨ ଜଣଙ୍କୁ ମଧ୍ୟ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ଘଟଣାସ୍ଥଳରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଏବଂ ଆଇଆଇସି ଅଶୋକ କୁମାର ନାୟକ ସଦଳବଳେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଏହି ପିକ୍ଅପ୍ ଟି ଜବତ ହେବାପରେ ଗଞ୍ଜେଇ ଚୋରା ଚାଲାଣର ରାକେଟ୍ ଭୁବନେଶ୍ବରରୁ ବିହାର ଯାଏଁ ଲମ୍ବି ଥିବା ଅନୁମାନ କରାଯାଉଛି।

   Related Posts