ଗୋରୁ ବୋଝେଇ ଗାଡି ଦୁର୍ଘଟଣା, ଅନେକ ମୃତାହତ

Published By : Prameya-News7 Bureau | October 08, 2020 IST

ଭଦ୍ରକ ୦୮।୧୦:  ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ୪ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଅନେକ ଗୋରୁ ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଗ୍ରାମାଞ୍ଚଳ ଥାନା ତ୍ରିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

{"id":340355,"sizeSlug":"large"}

ମିଳିଥିବା ଖବର ଅନୁଯାୟୀ, ତ୍ରିଶଳପୁର ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନର ଆଗ ଚକା ଫାଟି ଯାଇଥିଲା । ଯାହାଫଳରେ କି ପିକଅପ ଭ୍ୟାନଟି ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଥିବା ଗୋରୁ ସଵୁ ଛିଟିକି ପଡିବା ସହ ୪ଟି ଗୋରୁଙ୍କର ମୃତ୍ୟୁ ହେଵା ହୋଇଥିବା ବେଳେ ଅନେକ ହୋଇଥିବା ଜଣାପଡିଛି  । ଦୁର୍ଘଟଣାର ଖବର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଗାଡିକୁ ଉଦ୍ଧାର କରିବା ସହ ଆହତ ଗୋରୁମାନଙ୍କୁ ଚିକିତ୍ସା ପାଇଁ ଆଣିଛି। ଗ୍ରାମାଞ୍ଚଳ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଗାଡ଼ିରେ ପାଖାପାଖି ୧୬ଟି ଗୋରୁ ଆସିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.