ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ପିକଅପ୍ ଭ୍ୟାନ୍, କୋରିୟର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | July 01, 2021 IST

ଭୁବନେଶ୍ବର ୧।୭: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ପିକଅପ୍ ଭ୍ୟାନ୍ । ଅଗ୍ନିକାଣ୍ଡ ଫଳରେ ଗାଡିରେ ଥିବା କୋରିୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଭୁବନେଶ୍ବର ଜୟଦେବ ବିହାର ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":473991,"width":747,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଜୟଦେବ ବିହାର ଛକରେ ହୁତୁ ହୁତୁ ହୋଇ ଜଳିଗଲା ପିକଅପ୍ ଭ୍ୟାନ୍ । ଗାଡ଼ିରେ ଲୋଡ଼୍ ହୋଇ ରହିଥିଲା କୋରିୟର ସାମଗ୍ରୀ । ପିକଅପ୍ ଭ୍ୟାନ୍‌ଟି ପଟିଆରୁ ନୟାପଲ୍ଲୀ ଯାଉଥିବା ବେଳେ ଘଟିଛି ଅଘଟଣ । ଅଗ୍ନିକାଣ୍ଡ ଫଳରେ ଗାଡିରେ ଥିବା କୋରିୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":473990,"width":749,"height":412,"sizeSlug":"large","linkDestination":"none"}

ତେବେ ଡ୍ରଇଭରଙ୍କ କହିବା ଅନୁସାରେ ଟ୍ରଫିକରେ ବ୍ରେକ୍ ମାରିବା ବେଳେ ଗାଡ଼ିରୁ ପ୍ରଥମେ ଧୂଆଁ ବାହାରିଥିଲା । ପରେ ଧୀରେ ଧୀରେ ଗାଡିଟି ଜଳିବାକୁ ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.