ପିକ୍ଅପ୍ ଭ୍ୟାନ୍କୁ ପଛରୁ ପିଟିଲା ଟ୍ରଲର, ପୋଲ ଉପରେ ଝୁଲି ରହିଛି ପିକ୍ଅପ୍ ଭ୍ୟାନ୍
22/12/2019 at 8:49 AM

ପାଟଣା ୨୨।୧୨: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ରାଜପଥର ଖିରେଇଟାଙ୍ଗିରି ନିକଟରେ ଝହ୍ନେଇ ନାଳର ଡାଇଭର୍ସନ ପୋଲ ଉପରେ ସଡକ ଦୁର୍ଘଟଣା ଘଟିଛି । ଏକ ପିକ୍ଅପ୍ ଭ୍ୟାନକୁ ଟ୍ରଲର ପଛ ପଟୁ ଧକ୍କା ଦେଇଛି । ଫଳରେ ପୋଲ ଉପରେ ପିକ୍ଅପ୍ ଭ୍ୟାନ୍ଟି ଝୁଲି ରହିଛି ।

ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିଛି।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021