ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ : ୩ ଗୁରୁତର, ୧୫ରୁ ଅଧିକ ଆହତ

Published By : Prameya-News7 Bureau | September 22, 2021 IST

କୋରାପୁଟ ୨୨।୯: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଲୁଲ୍ଲା ନିକଟ ନୂଆ କଲୋନୀ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଲା ମ୍ୟାକ୍ସ ପିକ‌ଅପ୍ ଭ୍ୟାନ୍ । ଲୁଲ୍ଲାରୁ କୋରାପୁଟ ଅଭିମୁଖେ ମ୍ୟାକ୍ସ ପିକ‌ଅପ୍ ଭ୍ୟାନ୍ ଟି ଯାତ୍ରୀଙ୍କୁ ନେଇ ଯାଉଥିଲା । ଭ୍ୟାନ୍ ଟି ଓଲଟି ପଡିବାରୁ ୩ ଜଣ ଗୁରୁତର ହେବା ସହ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛି । ଘଟଣାସ୍ଥଳରେ ଦଶମନ୍ତପୁର ପୋଲିସ ପହଞ୍ଚିଛି । ସମସ୍ତଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଵାସ୍ଥ୍ୟକେନ୍ଦ୍ର ନିକଟରେ ଆତ୍ମୀୟସ୍ବଜନଙ୍କ ଭିଡ଼ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.