ଓଲଟିଲା ଗୋରୁ ବୋଝେଇ ଗାଡି : ୨୦ରୁ ଅଧିକ ଗୋରୁ ଆହତ

Published By : Prameya-News7 Bureau | November 08, 2019 IST

ଭଣ୍ଡାରିପୋଖରୀ ୮।୧୧ :   ଭଦ୍ରକ ଜିଲ୍ଲା ଚିଙ୍ଗୁଡିପୁର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ । ୨୦ରୁ ଅଧିକ ଗୋରୁ ଆହତ ହୋଇଥିବା ସୂଚନା ।

{"id":180755}

ସୂଚନାଯୋଗ୍ୟ ଯେ , ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର ଛକ ନିକଟ ରେ ଓଲଟିଲା ପିକ୍ ଅପ୍ ଭ୍ୟାନ । ଗୋରୁ ବୋଝେଇ ପିକ ଅପ୍  ଗାଡି ରେ 35 ରୁ ଅଧିକ ଗୋରୁ ବେଆଇନ ଭାବରେ ଚାଲାଣ ହେଉଥିବା ସୂଚନା ମିଳିଛି। ଗାଡିଟି କଟକରୁ ବାଲେଶ୍ବର ଅଭିମୁଖେ ଯାଉଥିବାର ସୂଚନା ମିଳିଛି। ଗୋରୁ ଗାଡିଟି ଭାରସାମ୍ୟ ହରାଇ  ଡିଭାଇଡର ରେ ବାଡ଼େଇହୋଇ  ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଗାଡିକୁ ଉଠାଇ ଗୋରୁ ଙ୍କୁ ଉଦ୍ଧାର କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଧାମନଗର ପୋଲିସ  ଘଟଣାସ୍ଥଳରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.