ପିକଅପ୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଭ୍ୟାନ୍‌ ଫେରାର୍‌

Published By : Prameya-News7 Bureau | January 28, 2022 IST

ବୌଦ୍ଧ, ୨୮/୦୧: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ୫୭ ନଂ ଜାତୀୟ ରାଜପଥ ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପିକ୍ ଅପ୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ବୟ ଶଗଡା ପଂଚାୟତ ଝଗଡୁ ଗାଡିଆ ଗ୍ରାମର ହୀର ବଗର୍ତ୍ତି ଓ କିଶୋର ଭୁକ୍ତା ।

ସୁଚନା ଅନୁଯାୟୀ ହିର ବଗର୍ତ୍ତି ତାଙ୍କ ବନ୍ଧୁ କିଶୋର ସହିତ ଆଜି ତାଙ୍କ ଭଉଣୀଙ୍କ ଘର ଦହ୍ୟା ପଂଚାୟତ ପଦମପୁର ଗ୍ରାମକୁ ଯାଇଥିଲେ । ସଂଧ୍ୟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ସୋନପୁର ପଟରୁ ଏକ ପିକଅପ୍ ବୋଲେରୋ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ଖଇରମାଳ ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ପିକଅପ୍ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ମନମୁଣ୍ଡା ପୋଲିସ୍ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.