ପିଚୁ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାରେ ୩ ଦମକଳ ଗାଡି ନିୟୋଜିତ

Published By : Prameya-News7 Bureau | November 07, 2021 IST

ସମ୍ବଲପୁର, ୦୭/୧୧: ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ପାଖରେ ଥିବା ଏକ ମଇଳା ଗଦାରୁ ନିଆଁ ଲାଗି ଥିବା କୁହାଯାଉଛି | ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇଥିଲା ।

ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ, ଫ୍ୟାକ୍ଟ୍ରି ଭିତରେ ଥିବା ଡ୍ରମ୍ ଗୁଡିକରେ ନିଆଁ ଲାଗିବା ଆରମ୍ଭ କରିଥିଲା । ତେବେ ଏହାକୁ ଆୟତ୍ତ କରିବାରୁ ତାହା ଫ୍ୟାକ୍ଟ୍ରି ଆଡକୁ ଅଗ୍ରସର ହୋଇ ପାରିନଥିଲା । କିନ୍ତୁ ଭୟାବହତା ଏତେ ଥିଲା ଯେ  ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ | ତେବେ ୪ରୁ ୫ଟି ଡ୍ରମରେ ନିଆଁ ଲାଗିଥିବାରୁ ସେତେଟା କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.