Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମ୍ନାକୁ ଆସିଲା ସୁନ୍ଦର ପିଚାଇଙ୍କ ମେମୋ, ଜାଣନ୍ତୁ ଅଫିସ ସ୍ୱଭାବିକ କରିବାକୁ କ’ଣ ତାଙ୍କର ରଣନୀତି

11/05/2020 at 1:17 PM

କରୋନା ସଂକ୍ରମଣ ବିଶ୍ୱକୁ ଆଣ୍ଠୁ ମାଡି ବସେଇ ଦେଇଛି। ଦପ୍ତର ପରେ ଦପ୍ତର ବନ୍ଦ ପଡିଥିବା ବେଳେ ଲୋକେ ଲକଡଉନ୍‌ ଯୋଗୁ ନିଜକୁ ଘରେ ବନ୍ଦୀକରି ରଖିଛନ୍ତି। ଉଜୁଡିଯାଇଛି ବାଣିଜ୍ୟ ବ୍ୟବସାୟ, ପତ୍ରଝଡା ଦେଇଛି ଅର୍ଥନୀତି। ଏଥିରେ ଗୁଗଲ ଓ ମଦର କମ୍ପାନୀ ଆଲଫାବେଟ୍‌ ସିଇଓଙ୍କ ଏକ ଇ-ମେଲରୁ ଉପୁଜିଥିବା ପରିସ୍ଥିତିରେ ଗୁଗଲଙ୍କ ରଣନୀତି ଜଣାପଡିଛି।

ଗୁଗଲ ଓ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଉପୁଜଥିବା ପରିସ୍ଥିତିରୁ ଅଚାନକ ବାହାରି ହେବନି ବୋଲି ଜାଣିଛନ୍ତି। ଏଣୁ କିପରି ଧିରେ ଧିରେ ଅଫିସ ସବୁ ଖୋଲିବା ସହ କାମ ଆରମ୍ଭ କରିବେ ସେ ନେଇ କର୍ମଚାରୀଙ୍କୁ ତାଙ୍କ ଇଟରନାଲ ମେମୋରେ ରଣନୀତି ସ୍ପଷ୍ଟ କରିଦେଇଛନ୍ତି। କର୍ମଚାରୀମାନେ ଯେତେବେଳେ ଅଫିସକୁ ଫେରିବେ ସେ ବିଷୟରେ ଆଲୋଚନା କରି ପିଚାଇ ଲେଖିଛନ୍ତି ଏହା ସମ୍ଭବ ହେବାକୁ ଆଉ କିଛିସମୟ ଲାଗିବ। କାର୍ଯ୍ୟାଳୟ ପଟକୁ ଲୋକଙ୍କ ଆଗମନ ମନ୍ଥର ହେଲେବି ଧିରେ ଧିରେ ଏଥିରେ ବୃଦ୍ଧି ହେବ। ସବୁପ୍ରକାର ପରିସ୍ଥିତି ଲାଗି ଗୋଟିଏ ନିୟମ ଲାଗୁ ହୋଇନପାରେ ବୋଲି ପିଚାଇ ତାଙ୍କ ପତ୍ରରେ  ଲେଖିଛନ୍ତି। ତେବେ ଆସନ୍ତୁ ଜାଣିବା ମେମୋରେ କର୍ମଚାରୀଙ୍କୁ ପିଚାଇଙ୍କ ଲେଖିଛନ୍ତି କ’ଣ?

ପିଚାଇଙ୍କ ମେମୋ ଅନୁସାରେ ଗୁଗଲ ସାରା ବିଶ୍ୱରେ ଥିବା ତାଙ୍କ କାର୍ଯ୍ୟାଳୟମାନଙ୍କରେ ଯେ କୌଣସି ସମୟରେ ଅନୁନ୍ୟ ୧୦ରୁ ୧୫ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନର ପ୍ରାରମ୍ଭିକ ଆକଳନ କରିଛନ୍ତି। ଏବେ ୫ପ୍ରତିଶତରୁ ବି କମ ଲୋକେ ଅଫିସକୁ ଆସୁଛନ୍ତି। ଆବଶ୍ୟକତାକୁ ଅନୁଭବ କରି ଯେଉଁ କର୍ମଚାରୀମାନେ ଡାଟା ସେଣ୍ଟର ଓ ଅନ୍ୟ କାର୍ଯ୍ୟାଳୟମାନଙ୍କୁ ନିୟମିତ ଆସୁଛନ୍ତି ପିଚାଇ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେହିପରି ପିଚାଇଙ୍କ ଅନୁସାରେ ସେହି କର୍ମଚାରୀମାନେ ଏବେ ଖୁବ୍ ଶୀଘ୍ର କାର୍ଯ୍ୟାଳୟକୁ ଫେରିବେ ଯେଉଁମାନଙ୍କ ଲାଗି ଚାକିରୀର ଜରୁରି ଆବଶ୍ୟକତା ରହିଛି। ଏହା ଛଡା ସେହି କର୍ମଚାରୀମାନେ ମଧ୍ୟ ଅଫିସକୁ ଫେରିବାକୁ ଚାହିଁବେ ଯେଉଁମାନଙ୍କର ବିଶେଷ ଉପକରଣର ଆବଶ୍ୟକ କରୁଛନ୍ତି।  ତେବେ ଯେଉଁ କର୍ମଚାରୀମାନେ ଘରେରହି ସେମାନଙ୍କ କାମ ତୁଲାଇ ନେଉଛନ୍ତି ସେମାନଙ୍କୁ ଆଉ କିଛି ସମୟ, ଦରକାର ପଡିଲେ ୨୦୨୦ ମସିହା ଶେଷ ପର୍ଯ୍ୟନ୍ତ ସେହିପରି କାମ କରିବାକୁ ପଡିପାରେ ବୋଲି ପିଚାଇ ସ୍ପଷ୍ଟ କରିଦେଇଛନ୍ତି।

ଏଣୁ ପରିସ୍ଥିତିର ଜଟିଳତା ସମ୍ପର୍କରେ ଆଲୋଚନା କରି ପିଚାଇ ଏହା ବାସ୍ତବିକ ଜଟିଳ ପରିସ୍ଥିତି ବୋଲି କହିଛନ୍ତି। ମହାମାରୀ ଗୁଗଲ ଲାଗି ଏକ ସୁଯୋଗ ବୋଲି ପିଚାଇ ତାଙ୍କ ମେମୋରେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ଆମେ ଘରେ ରହି କାମ କରିବାର ଯେଉଁ ଅଭିଜ୍ଞତା ହାସଲ କରିଛେ ସେ ସବୁ ଅଭିଜ୍ଞତାକୁ ଏକତ୍ର କରି ଆମେ  ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବା ବୋଲି କହିଛନ୍ତି ପିଚାଇ।  

   Related Posts