କନ୍ୟା ବିବାହ ପାଇଁ ମୋଦି ସରକାର ଦେଉଛନ୍ତି ୪୦ ହଜାର ଟଙ୍କା ! ଜାଣନ୍ତୁ ସତ କ'ଣ

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ ୦୧/୧୧ : ସୋସିଆଲ ମିଡିଆରେ ଏକ ଖବର ଖୁବ ଭାଇରାଲ୍ ହେଉଛି। ଭାଇରାଲ୍ ଖବରରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର 'ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା'ରେ କନ୍ୟାମାନଙ୍କୁ ବିବାହ ପାଇଁ ୪୦ ହଜାର ଟଙ୍କା ଦେଉଛନ୍ତି। ଏହି ଖବରର ଯାଞ୍ଚ କରାଯିବ ପରେ ଏହା ଭୁଲ୍ ବୋଲି ଜଣାପଡିଛି। ପିଆଇବି ଫ୍ୟାକ୍ଟ ଚେକ (PIB Fact Check) ଟ୍ୱିଟ୍ ଜାରି କରି ସୂଚନା ଦେଇଛି ଯେ ଏହିଭଳି କାହା ଖାତାକୁ ଟଙ୍କା ଟ୍ରାନ୍ସଫର୍ କରାଯାଉନାହିଁ। କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହିଭଳି କୌଣସି ଯୋଜନା ନାହିଁ।

ସୋସିଆଲ ମିଡ଼ିଆରେ ଦାବି ହୋଇଥିବା ଖବର ଅନୁଯାୟୀ, ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ବିବାହ ପାଇଁ ୪୦ ହଜାର ଟଙ୍କା ଧନରାଶି ଦେଉଛନ୍ତି।

ଏହି ଦାବି ମିଛ:

ପିଆଇବି ଫ୍ୟାକ୍ଟ ଚେକର ଏକ ଟିମ୍ କହିଛି ଯେ ଏହି ଦାବି ଫେକ୍। କେନ୍ଦ୍ର ସରକାର ଦ୍ୱାରା ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ଟଙ୍କା ଦିଆଯାଉନାହିଁ।

ଜାଣନ୍ତୁ ସତ କଣ:

ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ। କେନ୍ଦ୍ର ସରକାର ଦ୍ୱାରା ଏହିଭଳି କୌଣସି ଯୋଜନା ଚାଲୁନାହିଁ | ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେଶନ ବ୍ୟୁରୋ ଏହି ଭାଇରାଲ୍ ଖବରକୁ ଖାରଜ୍ କରି ସ୍ପଷ୍ଟ କରିଛି ଯେ ଏହିଭଳି କୌଣସି ଯୋଜନା ଆରମ୍ଭ କରାଯାଇନାହିଁ।

wp:core-embed/twitter {"url":"https://twitter.com/PIBFactCheck/status/1322421701129297920","type":"rich","providerNameSlug":"twitter","className":""}
https://twitter.com/PIBFactCheck/status/1322421701129297920
/wp:core-embed/twitter

କରୋନା କାଳରେ ସାରା ଦେଶରେ ଯେଉଁଭଳି ସ୍ଥିତି ରହିଛି ଏହି ସମୟରେ ଅନେକ ମିଛ ଖବର ଭାଇରାଲ୍ ହେଉଛି। ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେଶନ ବ୍ୟୁରୋ ଏହି ଭାଇରାଲ ଖବରକୁ ଖଣ୍ଡନ କରିଛି। ଏହି ଫେକ ଖବରର ପ୍ରସାର ରୋକିବାକୁ ସରକାର ଅନେକ ପ୍ରୟାସ କରିଛନ୍ତି।

ଯଦି ଆପଣଙ୍କୁ ଏହିଭଳି କୌଣସି ମେସେଜ ମିଳିଛି ତାହେଲେ ପିଆଇବି ନିକଟରେ ଫ୍ୟାକ୍ଟ ଚେକ ପାଇଁ https://factcheck.pib.gov.in/ କିମ୍ବା ହ୍ୱାଟ୍ସଆପ ନମ୍ବର +918799711259 କିମ୍ବା [email protected] ଏହି ମେଲ୍ ଆଇଡିରେ ମେଲ କରିପାରିବେ | ଏହି ସୂଚନା ପିଆଇବି ୱେବସାଇଟ୍ https://pib.gov.in ରେ ଉପଲବ୍ଧ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.