ଭାରତରେ ଫାଇଜର୍ ଟିକାକୁ ମିଳିବ ଅନୁମତି ! ନୂଆ ଷ୍ଟ୍ରେନ୍ ବିରୋଧରେ ଅଧିକ ପ୍ରଭାବୀ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ, ୦୪।୦୫ : ସ୍ପୁଟନିକ୍ ପରେ ଫାଇଜର୍ ଟିକାକୁ ଭାରତରେ ବ୍ୟବହାର ପାଇଁ ମିଳିପାରେ ଅନୁମତି। ଭାରତରେ ଜରୁରୀ ବ୍ୟବହାର ପାଇଁ ଫାଇଜର୍ କମ୍ପାନୀ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରିଛି। ଆମେରିକାରେ ଫାଇଜରକୁ ଅନୁମତି ମିଳିସାରିଥିବା ବେଳେ, ସେଠାରେ ଟିକାକରଣରେ ଫାଇଜର୍ ଭାକ୍ସିନ ବ୍ୟବହାର କରାଯାଉଛି। ଏବେ ଏହା ଭାରତରେ ପ୍ରୟୋଗ ପାଇଁ କମ୍ପାନି ନିଜ ଆଡୁ ଆଗ୍ରହ ପ୍ରକାଶ କରିଛି।

ଅନୁମତି ମିଳିଲେ ଫାଇଜର ଭାରତକୁ ୭ କୋଟି ଡଲାରର ଟିକା ପଠାଇବା ସମ୍ଭାବନା ରହିଛି। ଭାରତରେ ଦେଖାଦେଇଥିବା କୋଭିଡ ଷ୍ଟ୍ରେନ୍ କେବଳ ଫାଇଜର୍ ମାଧ୍ୟମରେ ନିୟନ୍ତ୍ରିତ ହୋଇପାରିବ ବୋଲି ଇସ୍ରାଏଲୀ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ତେଣୁ ଖୁବ ଶୀଘ୍ର ଫାଇଜର ବାୟୋଏନଟେକ କମ୍ପାନିକୁ ଭାରତ ସରକାର ଅନୁମତି ଦେବା ସମ୍ଭାବନା ରହିଛି।

ପୂର୍ବରୁ ରୁଷ ଟିକା ସ୍ପୁଟନିକ-Vକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ଭାରତରେ ଡକ୍ଟର ରେଡ୍ଡି କମ୍ପାନି ସ୍ପୁଟନିକ-V ଟିକା ପ୍ରସ୍ତୁତ କରୁଛି। ଏଥିସହିତ ରୁଷରୁ ମଧ୍ୟ ସିଧାସଳଖ ସ୍ପୁଟନିକ-V ଟିକା ହାଇଦ୍ରାବାଦରେ ୨ଦିନ ତଳେ ପହଞ୍ଚିଥିଲା। ସେପଟେ ସ୍ବିଡେନ୍ , ଭାରତକୁ ୧୦ ଲକ୍ଷ ଡୋଜ୍ ଆଷ୍ଟ୍ରାଜେନକା ଟିକା ଦେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଦେଶରେ ଜୁଲାଇ ମାସ ଯାଏଁ ଟିକା ପାଇଁ ଏଭଳି ସ୍ଥିତି ଲାଗି ରହିବ । ସେପଟେ ସେରମ ଇନଷ୍ଟିଚ୍ୟୁଟ କହିଛି ଟିକା ଉତ୍ପାଦନ ରାତାରାତି ବଢ଼ାଇ ହେବ ନାହିଁ। କେନ୍ଦ୍ର ସରକାର ୩ ମାସ ପାଇଁ ଅଗ୍ରୀମ ଦେଇସାରିଛନ୍ତି। ଏହାକୁ ଦେଖି ଟିକା ଯୋଗାଣ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.