ଏଏସଓ ପରୀକ୍ଷାରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବଞ୍ଚିତ ହେବା ଘଟଣା : ରାଜଧାନୀର ରାଜରାସ୍ତାରେ ନ୍ୟାୟ ମାଗିଲେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର ୨୧|୧: ଏଏସଓ ପରୀକ୍ଷାରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବଞ୍ଚିତ ହେବା ଘଟଣା ଜଟିଳ ହେବାରେ ଲାଗିଛି । ରାଜଧାନୀ ରାଜରାସ୍ତାରେ ରାଲି କରି ଓପିଏସସି ବିରୋଧରେ ନାରାବାଜି କରିଛନ୍ତି ଦିବ୍ୟାଙ୍ଗ ଆବେଦନକାରୀମାନେ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦପ୍ତରରେ ଏ ନେଇ ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି ଏବିଭିପି ।

{"id":76681}

କାହାର ଆଖି ନାହିଁ, କାହାର ହାତ ଚାଲୁନି । ତାହା ସାଙ୍ଗକୁ ଓପିଏସସିର ମନମାନି । ସ୍ବପ୍ନ ଭାଂଗି ଯାଇଛି । ହେଲେ ଆଶା ସରିନି ।  ରାଜଧାନୀର ରାଜରାସ୍ତାରେ ନ୍ୟାୟ ମାଗୁଛନ୍ତି ଦିବ୍ୟାଙ୍ଗ ପରୀକ୍ଷାର୍ଥୀ । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟପାଳଙ୍କ ଦପ୍ତର ଯାଏଁ ସବୁଠି ଯାଇ ଗୁହାରୀ ଜଣାଉଛନ୍ତି । ଗତକାଲି ଅନୁଷ୍ଠିତ ହୋଇଥିବା ସହକାରୀ ସେକ୍ସନ ଅଫିସର ପରୀକ୍ଷାରେ ଦିବ୍ୟାଙ୍ଗଙ୍କୁ ସ୍କ୍ରାଇବ୍ ବା ଅନୁବାଦକ ନେବାକୁ ଅନୁମତି ମିଳି ନ ଥିଲା । ଫଳରେ ଅନେକ ଦିବ୍ୟାଙ୍ଗ ଆବେଦନକାରୀ ନିରାଶ ହୋଇ ଫେରି ଆସିଥିଲେ । ରାଜଧାନୀରେ ଆଜି ରାଲି କରି ଏହାର ପ୍ରତିବାଦ କରିଛନ୍ତି ସେମାନେ ।

{"id":76682}

ସେପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲଲେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । କଂଗ୍ରେସ ଓ ବିଜେପି ଏଥିଲାଗି ଓପିଏସସିକୁ କଡ଼ା ସମାଲୋଚନା କରିଛନ୍ତି । ଏବିଭିପି ଛାତ୍ର ସଂଗଠନ ଏମାନଙ୍କ ଲାଗି ରାସ୍ତାକୁ ଓହ୍ଲାଇଛି । ମାଷ୍ଟରକ୍ୟାଣ୍ଟିନରେ ଧାରଣା ଦେଇ ପ୍ରତିବାଦ କରିଛି ସଂଗଠନ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ସହ ପୁଣି ପରୀକ୍ଷା କରାଇବା ଲାଗି ଦାବି ହୋଇଛି ।

{"id":76683}

ଏହି ଘଟଣାରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲଙ୍କ ରାୟ ବି ଆସିଥିଲା ଦିବ୍ୟାଙ୍କ ପରୀକ୍ଷାର୍ଥୀଙ୍କ ସପକ୍ଷରେ । ପୂର୍ବରୁ ବିଭିନ୍ନ ପରୀକ୍ଷାରେ ମଧ୍ୟ ଏହି ସୁବିଧା ମିଳିଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏ ନେଇ ଓପିଏସସିକୁ ଚିଠି ଲେଖି ମଧ୍ୟ ଜଣାଇଥିଲା । ହେଲେ ହଠାତ୍ କେଉଁ ନିୟମ ଆଧାରରେ ଦିବ୍ୟାଙ୍କ ପରୀକ୍ଷାର୍ଥୀ ଏହି ସୁଯୋଗରୁ ବଞ୍ଚିତ ହେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନ୍ୟୁଜ୭ ଲଗାତାର ଓପିଏସସିର ନଜରକୁ ଆଣିଥିଲା । ହେଲେ ଓପିଏସସିର ଅବହେଳା ଶହ ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ହାତରୁ ସୁଯୋଗ ଛଡାଇ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.