Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଅନ୍ଧ ବିଶ୍ୱାସର କରୁଣ ପରିଣତି : ଆରୋଗ୍ୟ କାମନା କରି ଦିବ୍ୟାଙ୍ଗ ଯୁବକଙ୍କୁ ଝାମୁ ନିଆଁରେ ଟାଙ୍ଗି ଦେଲେ

14/09/2018 at 10:08 AM

କନ୍ଧମାଳ ୧୪/୯ : କନ୍ଧମାଳରେ ଅନ୍ଧବିଶ୍ବାସର କରୁଣ ପରିଣତି ଦେଖିବାକୁ ମିଳିଛି | ଆରୋଗ୍ୟ କାମନା କରି ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଠାକୁରାଣୀଙ୍କ ଝାମୁ ନିଆଁରେ ଟଙ୍ଗାଇ ଦେଇଥିଲେ ପରିବାର ଲୋକେ | ନିଆଁରେ ପୋଡି ହୋଇ ଦିବ୍ୟାଙ୍ଗ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଯାଇଛି | ଗୁରୁତର ଯୁବକ ହେଲେ ବାଲିଗୁଡା ଭଗାମୁଣ୍ଡାର ସାହିର ଭବାନୀ ଶଙ୍କର ନନ୍ଦ | ଗତ ଶନିବାର ଦିନ ବାଲିଗୁଡା ମହାମାୟୀ ମନ୍ଦିରରେ ଚାଲିଥିଲା ପୂଜା | ଅତି ଅମାନୁଷିକ ଭାବେ ଦିବ୍ୟାଙ୍ଗ ଯୁବକଙ୍କୁ ଦୌଡ଼ିରେ ବାନ୍ଧି ନିଆଁ ଉପରେ ଓଲଟା ଟାଙ୍ଗି ଦିଆଯାଇଥିଲା | ଯୁବକ ଜଣକ ଥିଲେ ଅସହାୟ | ଏଣେ ଅନ୍ଧ ବିଶ୍ୱାସରେ ବୁଡି ରହିଥିବା ଲୋକେ ଥିଲେ ଅନ୍ଧ | ମନ୍ଦିର କର୍ତ୍ତୃପକ୍ଷ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିଲେ | ନିଆଁ ଭିତରେ ଦିବ୍ୟାଙ୍ଗ ଯୁବକ ଜଣକ ଖସି ପଡ଼ିଥିଲେ | ଏଥିରେ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡି ଯାଇଛି | ଭିଜୁଆଲ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା | ଏଣେ ଘଟଣା ପ୍ରଘଟ ହେଇଯିବ ଭୟରେ ଯୁବକଙ୍କୁ ଡାକ୍ତରଖାନା ନନେଇ ଘରେ ଲୁଚାଇ ରଖିଥିଲେ | ଖବର ପାଇ ବାଲିଗୁଡା ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି |

   Related Posts