Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଆଦର୍ଶ ପାଲଟିଛନ୍ତି ଦିବ୍ୟାଙ୍ଗ ଶିକ୍ଷକ : କରୋନା କଟକଣାରେ ନିୟମ ମାନି ପିଲାଙ୍କୁ ପଢାଉଛନ୍ତି ପାଠ

10/10/2020 at 6:54 PM

ମାଲକାନଗିରି ୧୦/୧୦ : ମାଲକାନଗିରି ଜିଲ୍ଲାରେ ଅନଲାଇନ୍ ଶିକ୍ଷା ବ୍ୟାବସ୍ତା ବିଫଳ । ମାଲକାନଗିରି ଜିଲ୍ଲାର ପୋଡଶି ରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାର ଏକ ସଫଳ ଶିକ୍ଷା ବ୍ୟାବସ୍ତା । ଲକ୍ ଡାଉନ୍ ପରେ ଅନ ଲାଇନରେ ଶିକ୍ଷା ପ୍ରଦାନ କରିବା ଲାଗି ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ପଛୁଆ ଜିଲ୍ଲାର ଯେଉ ସବୁ ଅଞ୍ଚଳରେ ନେଟୱାର୍କ ନାହି କି ଗରିବ ବାପା ମାଆଙ୍କ ମୋବାଇଲ ଫୋନ କିଣିବା ଲାଗି ଅର୍ଥ ନାହିଁ ସେଠାକାର ପିଲାଏ ପାଠ ପଢିବେ କିପରି ତାହା କିନ୍ତୁ ଚିନ୍ତା କରିନାହାନ୍ତି ସରକାର । ଏଭଳି ସ୍ଥିତିରେ ହାତକୁ ବାନ୍ଧି ନରଖି ଗାଁ ଗାଁରେ ଯାଇ ଆଦିବାସି ପିଲାଙ୍କୁ ଗତ ଛଅ ମାସ ଧରି ପାଠ ପଢାଉଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ ।


ଟିକିଏ ଭଲ ଭାବେ ଦେଖନ୍ତୁ ଦୃଶ୍ୟକୁ ତିନି ଚକିଆ ସ୍କୁଟିରେ ଗାଁରେ ପହଞ୍ଚିଲେ ଜଣେ ଦିବ୍ୟାଙ୍ଗ ଶିକ୍ଷକ । ପୁଣି ଗଛ ତଳେ ସ୍କୁଟି ରଖି ସେଥିରେ ଝୁଲାଇ ଦେଲେ ପାଠ୍ୟ ଉପକରଣ । ଆଉ ଗାଡିରୁ ଉହ୍ଲାଇ ନିଜେ ଗଛ ତଳେ ବସି ଆରମ୍ବ କରିଦେଲେ ଶିକ୍ଷାଦାନ । ମାଲକାନଗିରି ସିମାନ୍ତ ସୁକୁମା ଜିଲ୍ଲାରେ ଶିକ୍ଷା ବ୍ୟାବସ୍ତା ଏଭଳି କିଛି ନିଆରା ଚିତ୍ର ଦେଖିବାକୁ ମିଳିଛି । ଲକ୍ ଡାଉନ୍ ପରେ ସମଗ୍ର ଦେଶରେ ଅନ ଲାଇନରେ ଶିକ୍ଷା ପ୍ରଦାନ କରିବା ଲାଗି ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ହେଲେ ପଛୁଆ ଅଞ୍ଚଳର ଯେଉଁ ସବୁ ସ୍ଥାନରେ ନେଟୱାର୍କ ନାହି କି ଗରିବ ବାପା ମାଆଙ୍କ ମୋବାଇଲ ଫୋନ କିଣିବା ଲାଗି ଅର୍ଥ ନାହିଁ ସେଠାକାର ପିଲାଏ ପାଠ ପଢିବେ କିପରି ତାହା କିନ୍ତୁ ଚିନ୍ତା କରିନାହାନ୍ତି ସରକାର । ଏଭଳି ସ୍ଥିତିରେ ନିଜର ହାତକୁ କିନ୍ତୁ ବାନ୍ଧି ରଖିନାହାନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ ରାମ କୁମାର । ପ୍ରତି ଦିନ ୫ ଟି ଗାଁକୁ ଯାଇ ଆଦିବାସି ପିଲାଙ୍କୁ ଦୁଇ ଘଣ୍ଟା ଲେଖାଏ ପାଠ ପଢାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ ଜଣକ । ହେଲେ ଦିନେ କି ଦୁଇ ଦିନ ନୁହେ ଗତ ଛଅ ମାସ ଧରି ଏମିତି ଗାଁ ଗାଁ ବୁଲି ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଦିବ୍ୟାଙ୍ଗ ଶିକ୍ଷକ ରାମ କୁମାର ।


ଜନ୍ମରୁ ଦିବ୍ୟାଙ୍ଗ ଏହି ଶିକ୍ଷକ ଜଣକ, କୋଟାରେ ପାଇଥିଲେ ଚାକିରୀ ହେଲେ ଚାକିରୀ ଜିବନରେ ତାଙ୍କୁ କେହି କଟାକ୍ଷ କରିବାର ବାଟ କିନ୍ତୁ ଛାଡିନାହାନ୍ତି ସେ । ଗୋଡ ଦୁଇଟି କାମ କରୁନାହି ତାଙ୍କର ତଥାପି ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଗରିବ ଆଦିବାସି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ସେ । ଆଦର୍ଶ ଶିକ୍ଷକ ରାମ କୁମାରଙ୍କ ଠାରୁ ଶିକ୍ଷା ଲାଭ କରିବା ଲାଗି ଗାଁର ଆଦିବାସୀ ପିଲାଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ସେଇଥି ପାଇଁ ତୋ ଗାଁରେ ରାମ ସାରଙ୍କ ସ୍କୁଟି ଶବ୍ଦ ଶୁଣିବା ମାତ୍ରେ ଛାତ୍ର ଛାତ୍ରୀ ମାନେ ବହି ବସ୍ତାନି ଧରି ଦୌଡି ପଳାଇ ଆସନ୍ତି ଗଛ ମୁଳରେ ପାଠ ପଢିବା ଲାଗି । ହେଲେ ଏଇଠି ଦିବ୍ୟାଙ୍ଗ ଶିକ୍ଷକ ଜଣକ କୋଭିଡ ସମୟରେ ସରକାଙ୍କ ସବୁ ଆଦେଶ ପାଳନ କରିଛନ୍ତି । ପିଲାଙ୍କ ମଧ୍ୟରେ ସାମାଜିକ ଦୁରତା ବଜାଇ ରଖିବା ସହ ନିଜେ ମଧ୍ୟ ଦୁରରୁ ପିଲାଙ୍କୁ ପାଠ ପଢାଉଛନ୍ତି । ଯାହାକୁ ନେଇ ବେଶ ଖୁସି ଗ୍ରାମବାସୀ ।


ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ସରକାରଙ୍କ ଅନଲାଇନ୍ ଶିକ୍ଷା ବ୍ୟବସ୍ତା ଫେଲ୍ ମାରିଥିବା ବେଳେ ପୋଡଶି ସୁକୁମା ଜିଲ୍ଲାର ଏଭଳି ନିଆରା ଶିକ୍ଷା ବ୍ୟବସ୍ତା ସମସ୍ତଙ୍କ ପାଇଁ ଏକ ଉଦାହରଣ ନିଶ୍ଚିତ । ତେଣୁ ଆଦିବାସୀ ଇଲାକାରେ ମୋବାଇଲ ବଦଳରେ ବିଦ୍ୟାଳୟ ଗୁଡିକରେ ସାମାଜିକ ଦୁରତା ବଜାଇ ରଖି ଏଲ.ଇ.ଡି ମାଧ୍ୟମରେ ପାଠ ପଢାଗଲେ ପିଲାଏ ଅଧାରୁ ବିଦ୍ୟାଳୟ ଛାଡି ନଥାଆନ୍ତେ ବୋଲି ସ୍ଥାନିୟ ଲୋକେ କହିଛନ୍ତି ।

   Related Posts