ଜେଲରେ ସଜା କାଟୁଥିବା ପୁଅକୁ ମୁକୁଳେଇବା ପାଇଁ ନାତିର ଦିବ୍ୟାଙ୍ଗ କାର୍ଡକୁ ବନ୍ଧକ ପକେଇଲା ମା

Published By : Prameya-News7 Bureau | June 25, 2018 IST

ବାପା ୧୦ ବର୍ଷ ହେବ କୋରାପୁଟ ଜେଲ୍ରେ ସଜା କାଟୁଛିୁ ।ବାପା ଜେଲ୍ ଗଲା ପରେ ମାଁ ବି ପୁଅକୁ ଜେଜେ ମାଁ ପାଖରେ ଏକା ଛାଡି ୫ ବର୍ଷ ହେବ କୁଆଡେ ଚାଲିଗଲା । ନିଜ ଆଖିରେ କାହାକୁ ଦେଖି ପାରୁଛି ସମାନ୍ ,ନା ପାଟିରେ କିଛି କଥା କହିପାରୁଛି । ଦୁନିଆ କଣ ସେ ଜାଣିପାରୁନି ।ବାପା କିଏ ମାଁ କିଏ ସେ ସବୁ ବୁଝି ପାରୁନି । ଭିନ୍ନକ୍ଷମ ଯନ୍ତ୍ରଣାରେ ଛଟପଟ ହେଉଛି ଏକି ୧୦ବର୍ଷର ବିବ୍ୟାଙ୍ଗ ଶିଶୁ ରୋସନ୍ । ପାକଳା ବୟସରେ ୧୦ ବର୍ଷର ଦିବ୍ୟାଙ୍ଗ ରୋସନର ଭରଣ ପୋଷଣ କରୁଛନ୍ତି ବୁଢୀ ମାଁ । କୋରାପୁଟ ଜିଲ୍ଲା ମହାଦେଇପୁଟ୍ ପଂଚାୟତର ପଣସପଦର ଗାଁର ଏହି ଦୃଶ୍ୟ । ବୁଢି ମାଁ ଏବେ ମାଁ ବାପାକୁ ଛାଡିଥିବା ଦିବ୍ୟାଙ୍ଗ ରୋସନର ସବୁକିଛି । ଯିଏ ବି ଦେଖିବ ସେ ବି କହୁଛି କି ବିଦାରକ । ରୋସନକୁ ପାଳି ପୋଷି ବଡ କରିବା ପାଇଁ କଳାବତୀ ପାଇଁ ବର୍ତମାନ କଷ୍ଟକର ହୋଇଛି । ଘରେ ମୁରବୀ କେହି ନଥିବାରୁ ରୋଜଗାର କରିବା ଘର ଚଳେଇବା କଷ୍ଟକର ହୋଇପଡିଛି କଳାବତୀ ପାଖରେ । ଜଙ୍ଗଲରୁ କାଠ ଆଣି ତାକୁ ବିକ୍ରୀ କରି କିଛି ପଇସା ମିଳିଲେ ଚୁଲି ଜଳେ କଳାବତୀ ଘରେ । ସେଥିରେ ରୋସନ ଓ ବୁଢୀ ଆଇ କଳାବତୀ ଦିନ କାଟନ୍ତି ।ବାପା ଜେଲ୍ରେ ଥିବାରୁ ତାକୁ ମୁକୁଳେଇବା ପାଇଁ ରୋସନର ଦିବ୍ୟାଙ୍ଗ କାର୍ଡ,ବୁଢୀ ଆଇର ଭତା କାର୍ଡ,ରାସ୍ତ କାର୍ଡ ଅନ୍ୟ ପାଖରେ ବନ୍ଧକ ରଖିଛନ୍ତି । ପୁଅକୁ ମୁକୁଳେଇବା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି ତଥାପି ପୁଅକୁ ମୁକୁଳେଇପାରିଲେ ନାହିଁ । ପାଖରେ ଚଳିବା ପାଇଁ ଟଂକା ନଥିବାରୁ ଆଉ ସାହସ ଜୁଟେଇ ପାରୁନାହାନ୍ତି | ବୁଢି ଆଇ କଳାବତୀ ଓ ବିବ୍ୟାଙ୍ଗ ରୋସନ୍ । ସେପଟେ ପ୍ରଶାସନ ତରଫରୁ କୌଣସି ଆବାସ ଯୋଜନାରେ ଘର ଟିଏ ବି ମିଳିପାରିଲା ନାହିଁ । ବାରମ୍ବାର ବ୍ଲକ୍ ଓ ପଂଚାୟତ ଅଫିସ୍କୁ ଧାଇଁ ନିରାଶ ହୋଇଛନ୍ତି କଳାବତୀ । କାରଣ ଘର ପାଇଁ ଲାଂଚ ଦରକାର ।ଯୋଉଠି ଅଳିଏ ଖାଇବାକୁ ଦାନ ସଂଙ୍ଗ୍ରହ କରିବା କଷ୍ଟକର ସେହିପରି ପରିସ୍ଥିତିରେ ଲାଂଚ ବା ଦବେ କୋଉଠୁ । ଅସହାୟ ବୁଢି ମାଁ ଓ ଦିବ୍ୟାଙ୍ଗ ରୋସନ୍ ଏବେ ଜେଲ୍ ରେ ଥିବା ବାପା କୁ ମୁକୁଳେଇବା ପାଇଁ ନିଜର ସର୍ବସ୍ବ ହରେଇ ସାରିଛନ୍ତି ।ନିଜେ ଚଳିବା ପାଇଁ ସଂଙ୍ଘର୍ସ କରୁଛନ୍ତି ।ଏପରିସ୍ଥିତିରେ ପ୍ରଶାସନ ସେମାନଙ୍କ ନିକଟରେ କେବେ ପହଁଚୁଛି ,କେବେ ସହେଯାଗର ହାତ ବଢଉଛି ତାକୁ ରୋସନ ଓ ବୁଢୀ ମାଁ ଅପଖ୍ୟା କରି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.