ରାଜଧାନୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
29/06/2018 at 9:42 AM

ପୁଣି ଲଜ୍ଜା ! ରାଜଧାନୀ ଭୁବନେଶ୍ୱରରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି | ଦିବ୍ୟାଙ୍ଗମାନଙ୍କୁ ଚିକିତ୍ସା ସୁବିଧା ଯୋଗାଉଥିବା ଏକ ଅନୁଷ୍ଠାନର ମୁଖ୍ୟଙ୍କ ନାଁରେ ଆସିଛି ଅଭିଯୋଗ | ଅନୁଷ୍ଠାନର ମୁଖ୍ୟ ହେଉଛନ୍ତି ଜୟନ୍ତ କୁମାର ପଣ୍ଡା | ଅଭିଯୋଗ ଆଣିଛନ୍ତି ଜଣେ ମହିଳା | ସମ୍ପୃକ୍ତ ଅନୁଷ୍ଠାନରେ ମହିଳା ଜଣକ ଚିକିତ୍ସିତ ହେଉଥିବା ବେଳେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି | ତେବେ ସୁଯୋଗ ପାଇ ଚିକିତ୍ସା କେନ୍ଦ୍ରରୁ ଖସି ଆସି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ପୀଡିତା | ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଅଟକ ରଖି ପଚାର ଉଚୁରା କରୁଛି ପୋଲିସ |
Related Posts
ବଲାଙ୍ଗୀର: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ
25 January 2021