ଭିନ୍ନକ୍ଷମ ଯୁବତୀକୁ ଅପହରଣ ପରେ ଦୁଷ୍କର୍ମ

Published By : Prameya-News7 Bureau | June 17, 2018 IST

ସରକାର ନାରୀ ମାନଙ୍କ ସୁରକ୍ଷା ନିମନ୍ତେ ସଚେତନା ପରେ ସଚେତନା ଆଇନ ପରେ ଆଇନ କରିଚାଲିଛନ୍ତି । ହେଲେ କେତେକ କାମୁକ କାମାନ୍ଧ ପୁରୁଷଙ୍କ ପାଇଁ ଆଜି ନାରୀକୁ ଅଗ୍ରାଧତ୍କାର ଦିଆଯାଇଥିଲେ ମଧ୍ୟ ନିଜ ଘରେ ନିଜେ ସେ ସୁରକ୍ଷିତ ନୁହେଁ | ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଠରବାଟିଆ ଠାରେ । ପିଡିତା ହେଉଛନ୍ତି ଜଣେ ଭିନ୍ନକ୍ଷମ ଯୁବତୀ । ପାଟି ଖୋଲୁନଥିବା ଯୁବତୀର ବାପା ମା ଘରେ ନଥିବାର ସୁଯୋଗ ନେଇ ସେର୍ହି ଗ୍ରାମର କିଛି ଦୁର୍ବୁତ ପିଡିତାକୁ ଯୋର ଜବରଦସ୍ଥ ଅପହରଣ କରି ପୁନେ ନେଇଯାଇଥିଲେ । ସେଠାରେ ଯୁବତୀକୁ ଧମକ ଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ | କୌଣସି ପ୍ରକାର ସୁଯୋଗ ପାଇ ପିଡିତା ସେଠାରୁ ଏକ ଅଟୋ ସାହାର୍ଯ୍ୟରେ ରେଳ ଷ୍ଟେସନ ଚାଲିଯାଇଥିଲେ ଓ ଟ୍ରେନ ଯୋଗେ ଭୁବନେଶ୍ବରରେ ପହଚିଂ ତାର ବାପାକୁ ଫୋନ ଯୋଗେ ଜଣାଇବା ପରେ ପିଡିତାର ବାପା ଭବେନଶ୍ବରରୁ ପିଡିତାକୁ ଉଦ୍ଧାର କରିଥିଲେ । ଅନ୍ୟପଟେ ପିଡିତାର ବାପା ଝିଅର ଖୋଜ ଖବରନପାଇ ପଟ୍ଟାମୁଣ୍ଡାଇ ଥାନାର ଦ୍ବାରସ୍ଥ ହୋଇଥିଲେ । ହେଲେ ପିଡିତା ବାପାଙ୍କ କହିବା ଅନୁଯାୟୀ ପିଡିତା ସାବାଳିକା ଥିବାରୁ ପୋଲିସ ପ୍ରଥମେ ଏତଲା ରଖିନଥିଲେ । ପରେ ନିଜେ ପିଡିତା ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି | ଜଣେ ଭିନ୍ନକ୍ଷମ ଯୁବତୀକୁ ଅପହରଣ ପରେ ଦୁଷ୍କର୍ମ କରିବା କଥା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଆଲୋଡନ ସୃଷ୍ଟି କରିଛି । ଏବଂ ତୁରନ୍ତ ଦୋଷିକୁ ଧରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯୟାନୁଷ୍ଠାନ ପାଇଁ ପଟ୍ଟାମୁଣ୍ଡାଇର ବହୁ ବୁଦ୍ଧିଯିବୀ ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.