ଇତିହାସ ରଚିଲେ ଡାକ୍ତର : ଛେଳି କାନକୁ ବ୍ୟବହାର କରି ୨୫ ଜଣଙ୍କ ବିକୃତ ଅଙ୍ଗ ସଜାଡ଼ିଲେ

Published By : Prameya-News7 Bureau | January 11, 2019 IST

କୋଲକାତା ୧୧/୧ : ଜନ୍ମରୁ କାନ, ନାକ, ଓଠ ବିକୃତ  ୨୫ ଜଣଙ୍କୁ ଠିକ କରିଛନ୍ତି ଜଣେ ଡାକ୍ତର | ଏକ ଅପରେସନ ଜରିଆରେ ଡାକ୍ତର ଏମାନଙ୍କ ଶାରୀରିକ ବିକୃତି ଦୂର କରିଦେଇଛନ୍ତି | ଶାରୀରିକ ବିକୃତି ଦୂର କରିବା ପାଇଁ ଡାକ୍ତର ଛେଳିର କାନକୁ ବ୍ୟବହାର କରିଛନ୍ତି | ଗୁରୁବାର ଦିନ ହସ୍ପିଟାଲ ଅଧିକାରୀ ଏନେଇ ସୂଚନା ଦେଇଥିଲେ | ସେ କହିଥିଲେ ଯେ, ବସିରହାଟରେ ରହୁଥିବା ସୁମନ ନାମକ ଜଣେ ଯୁବତୀଙ୍କ ଡାହାଣ କାନ ଜନ୍ମରୁ ମୋଡି ହୋଇ ରହିଥିଲା | ମେଡିକାଲ ଭାଷାରେ ଏହାକୁ ମାଇକ୍ରୋସିୟା କୁହାଯାଏ | ବାଙ୍କୁଡ଼ାରେ ରହୁଥିବା ମୋମିତାଙ୍କ ଓଠ ଜନ୍ମରୁ ଛିଣ୍ଡି ଯାଇଥିଲା | ଏହି ସମସ୍ୟା ଯୋଗୁଁ ତାଙ୍କୁ ସବୁବେଳେ ମୁହଁ ଘୋଡେଇ ରହିବାକୁ ପଡୁଥିଲା | ହସ୍ପିଟାଲର ଡାକ୍ତର ଆର୍. ଜି କରି ତାଙ୍କ ମୁହଁର ପ୍ଲାଷ୍ଟିକ ସର୍ଜରୀ କରିଥିଲେ | ଛେଳିର କାନକୁ ବ୍ୟବହାର କରି ଡାକ୍ତର ଏମାନଙ୍କ କାନ, ନାକ ଏବଂ ଓଠକୁ ଠିକ କରିଦେଇଛନ୍ତି |

{"id":72831}

ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ରୂପ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଏମିତି ୨୫ ଜଣଙ୍କ ପ୍ଲାଷ୍ଟିକ ସର୍ଜରୀ କରି ସେମାନଙ୍କ ବିକୃତ ଅଙ୍ଗକୁ ଠିକ କରାଯାଇଛି | ଡାକ୍ତର କହିଛନ୍ତି ଯେ, ଛେଳି କାନ ଜରିଆରେ ପ୍ଲାଷ୍ଟିକ ସର୍ଜରୀକୁ ନେଇ ଆରଜି କରି ମେଡିକାଲ କଲେଜର ଡାକ୍ତରମାନେ ୨୦୧୩ ମସିହାରେ ଏକ ପରୀକ୍ଷା କରିଥିଲେ |

{"id":72832,"width":584,"height":389}

ଧୀରେ ଧୀରେ ଏହି ସର୍ଜରୀ ଦୁନିଆ ସାରା ବିସ୍ତାର ଲାଭ କରିଥିଲା | ଏବେ ଏହି ଉପାୟକୁ ମଣିଷଙ୍କ ଉପରେ ଉପଯୋଗ କରାଯାଇଥିଲା ଏବଂ ଏହା ସଫଳ ମଧ୍ୟ ହୋଇଛି | ଏହି ଉପାୟରେ ପ୍ରେରଣା ପାଇ ଡିସେମ୍ବର ମାସର ଶେଷ ସପ୍ତାହ ଏବଂ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ୨୫ ଜଣଙ୍କ ସର୍ଜରୀ କରାଯାଇଥିଲା | ସମସ୍ତଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି ବୋଲି ଡାକ୍ତର କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.