ୟୁଟ୍ୟୁବ୍ ଚାନେଲ୍ ମାଧ୍ୟମରେ ସ୍କୁଲ ପିଲାଙ୍କୁ ଦିଆଯିବ ଫିଜିକାଲ୍ ଆକ୍ଟିଭିଟି ଶିକ୍ଷା

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭/୦୮ : ଦିଲ୍ଲୀ ସରକାର ସରକାରୀ ସ୍କୁଲ ଛାତ୍ରଙ୍କ ଏକ ବଡ ପ୍ରୟୋଗ କରିଛନ୍ତି | କରୋନା ମହାମାରୀ ଯୋଗୁଁ ସାରା ଦେଶରେ ସ୍କୁଲ କଲେଜ ବନ୍ଦ ରହିଛି | ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ମାସ ହେଲା ସ୍କୁଲ କଲେଜ ବନ୍ଦ ରହିଛି | ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି | କିନ୍ତୁ ଛାତ୍ରଛାତ୍ରୀଙ୍କ ଶାରୀରିକ ଗତିବିଧି ମଧ୍ୟ ଆବଶ୍ୟକ | ଏଥିପାଇଁ ଦିଲ୍ଲୀ ସରକାର ଶିକ୍ଷା ନିର୍ଦେଶାଳୟ 'ସୁସ୍ଥ ଶରୀର, ସୁସ୍ଥ ମସ୍ତିସ୍କ' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି | ଏହି କାର୍ଯ୍ୟକ୍ରମ ପାଇଁ ଏକ ଖାସ ୟୁଟ୍ୟୁବ ଚାନେଲରେ ବୁଧବାର ଦିନ ନୂଆ ଭିଡିଓ ଅପଲୋଡ଼ କରାଯାଇଛି | ଭିଡିଓ ଆଧାରରେ ପିଲାମାନେ ଘରେ ରହି ଶାରୀରିକ ପରିଶ୍ରମ କରିବେ | ଏହାର ପ୍ରଥମ ଓ ଦ୍ୱିତୀୟ ଭାଗ ୟୁଟ୍ୟୁବରେ ଅପଲୋଡ଼ ହୋଇସାରିଛି | ଦୁଇ ଏପିସୋଡକୁ ଛାତ୍ର, ଶିକ୍ଷକ ଓ ଅଭିଭାବକ ବହୁତ ପସନ୍ଦ କରିଛନ୍ତି |

{"id":320827,"sizeSlug":"large"}

ୟୁଟ୍ୟୁବ ଚାନେଲ ମାଧ୍ୟମରେ ପିଲାଙ୍କ ଫିଜିକାଲ ଆକ୍ଟିଭିଟି କରାଇବା ଉଦ୍ଦେଶ୍ୟ ହେଲା ପିଲାଙ୍କ ଅବସାଦ ଦୂର କରି ସେମାନଙ୍କ ଶାରୀରିକ ବିକାଶ କରାଇବା | ଏହି ଭିଡିଓ ମାଧ୍ୟମରେ ଯୋଗ, ଧ୍ୟାନ, ଏରୋବିକ୍ସ, ଯୁମ୍ବା, ଡ୍ୟାନ୍ସ, ଆତ୍ମରକ୍ଷା ଏବଂ ବିଭିନ୍ନ ଫିଜିକାଲ ଆକ୍ଟିଭିଟି ଏବଂ ଖେଳକୁଦ ଶିକ୍ଷା ଦିଆଯିବ | ଶାରୀରିକ ସନ୍ତୁଳନ, ମାଂସପେଶୀର ମଜବୂତୀ, ହୃଦୟ ପ୍ରଣାଳୀ, ଓଜନ ଉଠାଇବା କ୍ଷମତା ଆଦି ସାମିଲ ରହିଛି | ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାଇମେରୀ, ମିଡିଲ ଓ ସେକଣ୍ଡାରୀ ୩ ସ୍ଥରରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି | ପ୍ରାଇମେରୀ ଗ୍ରୁପ ପାଇଁ ୨୦-୨୫ ମିନିଟ, ଅନ୍ୟ ଦୁଇ ଗ୍ରୁପ ପାଇଁ ୩୦-୩୫ ମିନିଟ ଆକ୍ଟିଭିଟି କରାଯିବ | ଏଥିପାଇଁ ଯେଉଁସବୁ ସାମଗ୍ରୀ ଆବଶ୍ୟକ ତାହା ସହଜରେ ଘରେ ଉପଲବ୍ଧ ଥାଏ | ଘରେ ଯେକୌଣସି ସମୟରେ ଅଳ୍ପ ଜାଗାରେ ମଧ୍ୟ କରାଯାଇପାରିବ |

{"id":320825,"sizeSlug":"large"}

ଏହି ଗତିବିଧି ସମସ୍ତ ସ୍କୁଲର ପ୍ରିନ୍ସିପାଲ ଏବଂ ପିଇଟି ଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ମାର୍ଗ ଦର୍ଶନ ଦିଆଯାଉଛି | ୟୁଟ୍ୟୁବ ଭିଡିଓ ଦେଖି ନିୟମିତ ରୂପେ ପିଲାଙ୍କୁ ଫିଜିକାଲ ଆକ୍ଟିଭିଟି ପାଇଁ ପ୍ରେରିତ କରି ପିଲାଙ୍କ ଉପରେ ନଜର ରଖିବାକୁ ମଧ୍ୟ ଏହି ଉପାୟ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.