ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଫୁଲୁରୀ ତେଲ

Published By : Prameya-News7 Bureau | June 22, 2019 IST

ପୁରୀ ୨୨|୬: ଆଜି  ଶ୍ରୀଜିଉଙ୍କୁ  ଫୁଲୁରୀ ତେଲ ଲାଗି ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ଆଜି  ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ନିଆଯିବାର ପରମ୍ପରା ରହିଛି । ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯିବ ।

ଆସନ୍ତା ୨ ତାରିଖରେ ନବଯୌବନ ଦର୍ଶନ ରହିଛି । ଏହି ଦିନ ମହାପ୍ରଭୁ ନବ ଯୌବନ ପ୍ରାପ୍ତ ହେବେ ଓ ସୁସ୍ଥ ଶରୀରରେ ଭକ୍ତଙ୍କୁ ଦର୍ଶନ ଦେବେ । ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଫୁଲୁରୀ ତେଲର ଏହି ମହୌଷଧି ପ୍ରସ୍ତୁତ କରାଯାଇଛି ।

ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ । ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ । ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.