ଜ୍ବରରେ ପୀଡିତ ମହାପ୍ରଭୁଙ୍କ ଅଣସର ଘରେ ଚାଲିଛି ଗୁପ୍ତ ସେବା, ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

Published By : Prameya-News7 Bureau | June 22, 2019 IST

ପୁରୀ ୨୨|୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କ ଅଣସର ଘରେ ଚାଲିଛି ଗୁପ୍ତ ସେବା । ଗତକାଲି ଶ୍ରୀଜିଉଙ୍କ ଓଦାବସ୍ତ୍ର ଫିଟାନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହୋଇଛି ଫୁଲୁରୀ ତେଲ । ବଡ଼ ଓଡ଼ିଆ ମଠରୁ ଆସିଥିବା ଫୁଲୁରୀ ତେଲକୁ ଆଜି ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଛି । ବିଶ୍ବାସ ରହିଛି ଫୁଲୁରୀ ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କଲେ ପୀଡ଼ା କମ୍‌ ହୋଇଥାଏ ।

{"id":125825}

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ମହାପ୍ରଭୁ । ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ଓ ପତି ମହାପାତ୍ର ।ଗତକାଲି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟା ନୀତି ସମ୍ପନ୍ନ ହୋଇଛି । ଅର୍ଥାତ୍‌ ସ୍ନାନଯାତ୍ରାରେ ମହାପ୍ରଭୁ ପରିଧାନ କରିଥିବା ଓଦାବସ୍ତ୍ର ଫିଟାଯାଇଛି । ଆଉ ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ ।

{"id":125826}

ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତ କରାଯାଇଥିବା ଏହି ଫୁଲୁରୀ ତେଲକୁ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଅଣାଯିବା ପରେ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀରରେ ଲେପନ କରାଯାଇଛି । ଆଜି ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସମ୍ପନ୍ନ ହେବାପରେ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକମା​‌ନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଛନ୍ତି । ବିଶ୍ବାସ ରହିଛି ଫୁଲୁରୀ ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କଲେ ପୀଡ଼ା କମ୍‌ ହୋଇଥାଏ ।

{"id":125827}

ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗକୁଳି, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆ ସର ଆଦିକୁ ମିଶାଇ ଫୁଲୁରୀ ତେଲର ଏହି ମହୌଷଧୀ ପ୍ରସ୍ତୁତ କରାଯାଇଛି । ଏହି ମହୌଷଧୀ ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଆଉ ନବଯୌବନ ପ୍ରାପ୍ତି ହେବେ ।

{"id":125828}

ସ୍ନାନ ବେଦୀରୁ ଅଣସର ପିଣ୍ଡିକୁ ଯାଇଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଜ୍ବରରେ ପୀଡ଼ିତ ଶ୍ରୀଜିଉଙ୍କ ଏବେ ଚାଲିଛି ଚିକିତ୍ସା । ଆସନ୍ତା ୨ ତାରିଖରେ ସୁସ୍ଥ ହେବା ପରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.