ଫୁଲବାଣୀ ସଦର ଥାନା ପାତିଆମ୍ବାରେ ଲାଲବାହିନୀର ହମଲା ଘଟଣା: ଟିକିରିପଡ଼ା ଏବଂ ମାଦିକୁଲା ଗାଁର ୮ ଜଣଙ୍କୁ ଘରୁ ଉଠାଇନେଲା ପୋଲିସ

Published By : Prameya-News7 Bureau | January 15, 2019 IST

ଫୁଲବାଣୀ୧୫|୧:  ଫୁଲବାଣୀ ସଦର ଥାନା ପାତିଆମ୍ବାରେ ଲାଲବାହିନୀର ହମ୍‌ଲା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ  । ମାଓବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ  ଟିକିରିପଡ଼ା ଏବଂ ମାଦିକୁଲା ଗାଁର ୮ ଜଣଙ୍କୁ ଘରୁ ଉଠାଇନେଇ ଜେରା କରୁଛି ପୋଲିସ । ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୁଇ ଗାଁର ଶତାଧିକ ମହିଳା ଏବଂ ପୁରୁଷ ଜିଲ୍ଲାପାଳ ଏବଂ ଏସପିଙ୍କ କାର୍ଯ୍ୟାଳାୟ ଘେରାଉ କରିଛନ୍ତି ।

{"id":74263}

ଫୁଲବାଣୀ ପାତିଆମ୍ବାରେ ନକ୍ସଲ ହମ୍‌ଲା ଘଟଣାରେ ଆକ୍ସନକୁ ଆସିଲା ପୋଲିସ । ଲାଲବାହିନୀ ସହ ସଂପର୍କ ଅଭିଯୋଗରେ ଟିକିରିପଡ଼ା ଏବଂ ମାଦିକୁଲା ଗାଁର ୮ ଜଣଙ୍କୁ ରାତି ଅଧରେ ଘରୁ ଉଠାଇନେଲା  । ଗୁପ୍ତ ସ୍ଥାନକୁ ନେଇ ଜେରା ଚାଲିଛି ସମସ୍ତଙ୍କୁ । ସେପଟେ ପୋଲିସର ଏମିତି କାର୍ଯ୍ୟାନୁଷ୍ଠାନକୁ ନେଇ ତାତିଛନ୍ତି ଉଭୟ ଗାଁର ଶତାଧିକ ମହିଳା ଏବଂ ପୁରୁଷ । ଜିଲ୍ଲାପାଳ ଏବଂ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୮ ଜଣ ଯାକ ସମସ୍ତେ ନିର୍ଦ୍ଦୋଷ । ତେଣୁ ତୁରନ୍ତ ସେମାନଙ୍କୁ ଛାଡ଼ିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

{"id":74264}

ଗତ ୫ ତାରିଖ ବିଲମ୍ବିତ ରାତିରେ ପାତିଆମ୍ବା ଠିକାଦାର କ୍ୟାମ୍ପରେ ଲଙ୍କାକାଣ୍ଡ ଭିଆଇଥିଲେ ମାଓବାଦୀ । ଟ୍ରାକ୍ଟର, ଜେସିବି, ୪୦୭ ଟ୍ରକ, ମିକ୍ସର ମେସିନ୍ ଆଦି ପୋଡ଼ିଥିଲେ । ପୋଲିସ ଇନଫର୍ମର ସନ୍ଦେହରେ ରାତ୍ରୀ ଜଗୁଆଳୀକୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ ।

{"id":74265}

ନିରୀହ ଗାଁ ଲୋକଙ୍କୁ ଉଠାଇ ନେଇ ପୋଲିସ ଦୋଷ ଛଡ଼େଇଲେ ହେବନି । ତେଣୁ ଏ ଦିଗରେ ଦେଖି ଚାହିଁ ଆକ୍ସନ ଓହ୍ଲାଇବା ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.