Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କେବିସିରେ ୫୦ ଲକ୍ଷ ଜିତିଥିବା ପ୍ରତିଯୋଗୀ ଫୁଲବାସନ ଦିନେ କରିବାକୁ ଚାହୁଁଥିଲେ ଆତ୍ମହତ୍ୟା, ଜାଣନ୍ତୁ କାହିଁକି ନେଇ ଥିଲେ ଏ ନିଷ୍ପତ୍ତି

28/10/2020 at 11:48 AM

ନୂଆଦିଲ୍ଲୀ ୨୮/୧୦: ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତି ସିଜନ ୧୨କୁ ଏଥର ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ତେବେ ଏହାର କର୍ମବୀର ସ୍ପେଶାଲ ଅଧ୍ୟାୟରେ ଫୁଲବାସନ ଯାଦବ ହଟସିଟ ଅଳଙ୍କୃତ କରିଥିଲେ। ସେ ଏଥିରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି। ଫୁଲବାସନ ଯାଦବଙ୍କ କାହାଣୀ ମଧ୍ୟ ଲୋକଙ୍କୁ ପ୍ରେରଣା ଯୋଗାଇବ ବିଶେଷକରି ମହିଳାଙ୍କୁ।

ଫୁଲବାସନ ଯାଦବ ଛତିଶଗଡ଼ର ରାଜନନ୍ଦାଗାଓଁ ଜିଲ୍ଲାରେ ରହନ୍ତି। ପ୍ରାୟ ୨ ଲକ୍ଷ ମହିଳାଙ୍କ ସାହାରା ହୋଇ ସୋମନଙ୍କୁ ଆତ୍ମନିର୍ଭରଶୀଳ କରାଇଛନ୍ତି। ଏହି ସ୍ପେଶାଲ ଏପିସୋଡରେ ତାଙ୍କ ସାଥୀ ଭାବେ ଆସିଥିଲେ ବଲିଉଡ ଅଭିନେତ୍ରୀ ରେଣୁକା ସହାଣେ। ପଦ୍ମଶ୍ରୀ ସମ୍ମାନିତ ଫୁଲବାସନ ନିଜ ସଂଘର୍ଷ କାହାଣୀ ସମସ୍ତଙ୍କ ସାମ୍ନା ରଖିଥିଲେ।

ଶୋ’ ସଞ୍ଚାଳକ ଅମିତାଭ ବଚ୍ଚନଙ୍କୁ ସେ କହିଛନ୍ତି ଏତେ ଗରିବ ଥିଲେ ଯେ ଆତ୍ମହତ୍ୟା କରିବା ନିଷ୍ପତ୍ତି ନେଇ ଥିଲେ। ପିଲାଟି ବେଳୁ ସେ ଚିନ୍ତା କରୁଥିଲେ ଏତେ ଗରିବ ଆମେ କଣ ପାଇଁ। ଗରିବିକୁ ସେ ଅତି ପାଖରୁ ଦେଖିଛନ୍ତି। ୭ ବର୍ଷରେ ଝୁମ୍ପୁଡି ଘରେ ରହୁଥିଲେ ଓ ହୋଟେଲରେ ବାସନ ମାଜୁ ଥିଲେ। ତିନିଦିନ କ୍ରମାଗତ ତାଙ୍କ ବାପା ମାଆ କାନ୍ଦୁଥିବା ସେ ଦେଖିଥିବର କହିଛନ୍ତି। ଘରେ ଖାଇବାକୁ ବି କିଛି ନ ଥାଏ। ସେ ତିନି ଭଉଣୀ ଓ ଦୁଇ ଭାଇ। ବାପା ମାଆଙ୍କୁ ଖାଇବାକୁ ମାଗୁଥିଲେ ସେମାନଙ୍କୁ ଶୁଆଇ ଦେଉଥିବା କହିଛନ୍ତି ଫୁଲବାସନ।  

ସେ ଭାବନ୍ତି ଯେଉଁମାନେ ଲେଖାପଢ଼ା କରନ୍ତି ସେମାନଙ୍କ ପାଖରେ ଟଙ୍କା ରହେ। ଏହି ଚିନ୍ତାଧାରାକୁ ନେଇ ପଢ଼ିବା ପାଇଁ ଜିଦ୍ କଲେ ଓ ସ୍କୁଲ ଗଲେ। ସ୍କୁଲରେ ତାଙ୍କୁ ତାଙ୍କ ବାପାଙ୍କୁ ଆଣିକି ଆସିବାକୁ କୁହାଗଲା। ବାପାଙ୍କ ପାଖକୁ ଯିବାରୁ ତାଙ୍କ ବାପା ଅର୍ଥ ନ ଥିବା କହି ତାଙ୍କୁ ମନା କଲେ। ସେଇଠୁ ସେ ମା’ଙ୍କ ପାଖକୁ ଯିବାରୁ ତାଙ୍କୁ କୁହାଗଲା ଝିଅ ହେଉଛି ପର ଧନ, ପାଠ ପଢ଼ିକି କ’ଣ ହେବ। ସେ ସମୟରେ ସେ ଶିଖିଲେ ସସମ୍ତଙ୍କର ବାପା ମାଆ ଥାନ୍ତି କିନ୍ତୁ ଗରିବଙ୍କର କେହି ନ ଥାନ୍ତି।

ମାତ୍ର ୧୦ ବର୍ଷ ବୟସରେ ବାହା ହୋଇ ୧୪ ବର୍ଷରେ ଶାଶୂ ଘର ଗଲେ। ସ୍ବାମୀ ଅଶିକ୍ଷିତ ଥିବାରୁ ସେ ଘର ଘର ବୁଲି କାମ କରୁଥିଲେ। ଅନେକ ଥର ପିଲାଙ୍କ ପାଇଁ ଘରେ ଖାଇବାକୁ ଖାଦ୍ୟ ନ ଥାଏ। କାହାକୁ ମାଗିବାକୁ ଗଲେ ସମସ୍ତେ ତାଙ୍କୁ କବାଟ ବନ୍ଦ କରି ଦିଅନ୍ତି। ନିଜକୁ ଅଭାଗିନୀ ଭାବି ପିଲାଙ୍କୁ ଭୋକିଲା ଶୁଆଇ ଦିଅନ୍ତି। ଥରେ ପିଲାଙ୍କ ସହ ଆତ୍ମହତ୍ୟା କରିବାକୁ ବାହରିବାରୁ ତାଙ୍କ ବଡ଼ ଝିଅ କହିଲା ମା’ ମରିବାକୁ ଚାହୁଁ ନାହୁଁ। ସେଇଠୁ ସେ ସମାଜରେ ମହିଳାଙ୍କ ପାଇଁ ବଞ୍ଚିବେ ବୋଲି ନିଷ୍ପତ୍ତି ନେଲେ।

ସେ ତାଙ୍କ ସମିତି ଜରିଆରେ ଛତିଶଗଡ଼ର ଆର୍ଥିକ ଓ ସାମାଜିକ ଭାବେ ପଛୁଆ ମହିଳାଙ୍କୁ ଆତ୍ମନିର୍ଭର କରୁଛନ୍ତି। ସେମାନଙ୍କ ବିକାଶ ଦିଗରେ କାମ କରୁଛନ୍ତି। ତାଙ୍କ ପ୍ରଭାବ ରେଣୁକାଙ୍କ ଉପରେ ମଧ୍ୟ ବେଶ ପଡ଼ିଛି। ରେଣୁକା କହିଛନ୍ତି ଏତେ ଶିକ୍ଷିତ ହେବା ପରେ ମଧ୍ୟ ସମାଜ ପାଇଁ ଏଭଳି କେବେ କିଛି କରିବାକୁ ଇଚ୍ଛା କରି ନାହିଁ।

ଫୁଲଓ୍ବାସନ ବାଲ୍ୟବିବହା  ଉପରେ ସ୍ପର ଉତ୍ତୋଳନ କରୁଛନ୍ତି। ଘରୋଇ ହିଂସା ବିରୋଧରେ ଲଢ଼ିବା ପାଇଁ ମହିଳା ଫୌଜ ମଧ୍ୟ ଗଠନ କରିଛନ୍ତି

   Related Posts