ଅଗଷ୍ଟ ୭ ଯାଏଁ ଫୁଲବାଣୀ ସଟ୍‌ଡାଉନ୍...

Published By : Prameya-News7 Bureau | July 28, 2020 IST

ଫୁଲବାଣୀ୨୮/୭: ଜିଲ୍ଳାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ପ୍ରଶାସନ ପୁଣି ୧୦ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଛି। ଜୁଲାଇ ୨୯ ତାରିଖରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ଜିଲ୍ଳା ଚିଠିରେ ଉଲ୍ଲେଖ କରିଛନ୍ତି।  ଯେଉଁ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଲାଗୁ ରହିଛି, ସେହି ଅଞ୍ଚଳରେ କଟକଣା ଜାରି ରହିବ। ଏହା ବ୍ୟତୀତ ଏହି ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାବିକା ହୋଇ ପାରିବ।

{"id":306763,"sizeSlug":"large"}

ଏହା ବ୍ୟତୀତ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।  ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ। ଦିନ ୧ଟା ପରେ କେହି ବାହାରକୁ ନ ବାହାରି ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଏବଂ କୋଭିଡ୍ ପରିଚାଳନ ଦାୟିତ୍ବରେ ଥିବା ବ୍ୟକ୍ତି ପରିଚୟ ପତ୍ର ଦେଖାଇ ଯାତାୟତ କରି ପାରିବେ। ଜୁଲାଇ ୩୧ ପର୍ଯ୍ୟନ୍ତ ଫୁଲବାଣୀ ଜିଲ୍ଲାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧ ତାରିଖ ପରେ କମ୍ କର୍ମଚାରୀରେ ବ୍ୟାଙ୍କ କାର୍ଯ୍ୟ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.